କନକବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆସିଲା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା । ୫ ବର୍ଷରେ ମନ୍ତ୍ରୀଙ୍କ ୭୭୨% ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୧୮୭% ବଢ଼ିଛି  । ଆଉ କିଛି ଦିନ ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ । ଏହି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ସତ୍ୟପାଠ ଜରିଆରେ ସେମାନଙ୍କ ସମ୍ପତ୍ତି ବିବରଣୀ ଦେଇଛନ୍ତି  ।

Advertisment

୫ ବର୍ଷ ମଧ୍ୟରେ ଆଖି ଦୃଶିଆ ସମ୍ପତ୍ତି ବଢ଼ିଥିବା ମନ୍ତ୍ରୀମାନେ ଜମି ଓ ଫ୍ଲାଟ କିଣିଛନ୍ତି । ସିନ୍ଦେ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାମ କରୁଥିବା ଆଦିତି ତଟକରେଙ୍କ ସମ୍ପତ୍ତି ସବୁଠାରୁ ଅଧିକ ବୃଦ୍ଧି ପାଇଛି । ୫ ବର୍ଷ ମଧ୍ୟରେ ସେ ଅଧିକ ୭୭୨% ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି । ୨୦୧୯ରେ ତାଙ୍କ ସମ୍ପତ୍ତିର ପରିମାଣ ୩୯ ଲକ୍ଷ ଟଙ୍କା ଥିଲା ।

ହେଲେ ୨୦୨୪ ବେଳକୁ ଏହା ୩.୪ କୋଟି ଟଙ୍କାରେ ପହଞ୍ଚି ଯାଇଛି। କ୍ୟାବିନେଟର ମୁଖିଆ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସମ୍ପତ୍ତି ୫ ବର୍ଷରେ ୧୮୭% ବଢ଼ିଛି । ୨୦୧୯ରେ ସେ ଦେଇଥିବା ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୭.୮୧ କୋଟି ଟଙ୍କାର ସମ୍ପତ୍ତି ରହିଥିଲା । ହେଲେ ୨୦୨୪ ସତ୍ୟପାଠରେ ତାଙ୍କ ସମ୍ପତ୍ତିର ପରିମାଣ ୨୨.୪ କୋଟି ରହିଛି ।