କନକ ବ୍ୟୁରୋ: ବିଗିଡିଲା ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଘରେ ପହଞ୍ଚିଲେ ଡାକ୍ତରୀ ଟିମ୍ । ସୂଚନା ମୁତାବକ, ଶୁକ୍ରବାରଠାରୁ ସିନ୍ଦେଙ୍କ ସ୍ୱାସ୍ଥ୍ୟ ଖରାପ ରହିଛି । ଗତ ମାସେ ହେବ ସେ ନିର୍ବାଚନ ପ୍ରଚାର ସହ ବିଭିନ୍ନ ସ୍ଥାନରେ ବୈଠକରେ ଯୋଗ ଦେବା ପରେ ତାଙ୍କୁ ଜ୍ୱର ସହ ଭାଇରାଲ ସଂକ୍ରମଣ ହୋଇଛି । ଏଥିପାଇଁ ସିନ୍ଦେ ବିଶ୍ରାମ ନେବାକୁ ତାଙ୍କ ସାତାରା ସ୍ଥିତ ପୈତୃକ ଘରକୁ ଯାଇଛନ୍ତି ।
ଏକନାଥ ସିନ୍ଦେ ଦିଲ୍ଲୀରେ ଆୟୋଜିତ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମହାୟୁତି ବୈଠକରେ ଯୋଗ ଦେବାପରେ ସିଧା ସତାରା ଘରକୁ ଯାଇଛନ୍ତି । ହେଲେ ମୁମ୍ବାଇରେ ଆୟୋଜିତ ମହାୟୁତି ବୈଠକକୁ ରଦ୍ଦ କରିଥିଲେ । ହେଲେ ଏହାକୁ ଅନେକ ଗୁଜବ ଶୁଣିବାକୁ ମିଳୁଥିଲା । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତିରୋଧ ହେବାରୁ ସିନ୍ଦେ ଅତିଷ୍ଠ ହୋଇ ନିଜ ଗାଁକୁ ଚାଲିଯାଇଥିବା କୁହାଯାଉଥିବାବେଳେ ଏହି ଖବରକୁ ଖାରଜ କରିଛନ୍ତି ତାଙ୍କ ଦଳର ନେତା ।