କନକବ୍ୟୁରୋ : ମହିଳା ଆଇପିଏସ୍ ଅଫିସରଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଧମକ। ଅଜିତ ପାୱାର ଫୋନ୍ ଯୋଗେ ଦେଇଥିବା ଧମକର ଭିଡିଓ ଭାଇରାଲ ହୋଇଛି । ସୋଲା ପୁରରେ ବେଆଇନ ମୋରମ୍ ଖନନ ବନ୍ଦ କରିବା ପାଇଁ ଏସଡିପିଓ ଅଞ୍ଜନା କ୍ରିଷ୍ଣା ଯାଇଥିଲେ । ତାଙ୍କୁ ଅଜିତ ପାୱାର ଜଣେ ଏନସିପି କର୍ମୀଙ୍କ ଫୋନ ଯୋଗେ ‘କେମିତି ଏମିତି ସାହସ କଲ’ ବୋଲି ପଚାରୁଛନ୍ତି । ମହିଳା ଆଇପିଏସ୍ ଅଫିସର ଅଞ୍ଜନା କ୍ରିଷ୍ଣା ତାଙ୍କୁ ଫୋନରେ କହିବା ପାଇଁ କହିଥିଲେ । ଅଜିତ ପାୱାର ଅଞ୍ଜନାଙ୍କ ଫୋନ୍ ନମ୍ୱର ମାଗିବା ସହ ହ୍ୱାଟସଆପରେ ଫୋନ କରିବାକୁ କହୁଥିବା ଦେଖିବାକୁ ମିଳୁଛି। ‘ମୋ ଚେହେରା ଦେଖିଲେ ଜାଣିଯିବ’ ବୋଲି କହି ଅଞ୍ଜନା କ୍ରିଷ୍ଣାଙ୍କୁ ଅଜିତ ପାୱାର ଧମକ ଦେଉଛନ୍ତି । ଏହି ୨ ମିନିଟର ଫୋନ୍ କଲ୍ ଅଡିଓ ଭିଡିଓ ଭାଇରାଲ ହେବାରେ ଲାଗିଛି।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପାୱାରଙ୍କ ଦବଙ୍ଗଗିରି : ଭିଡିଓ ଭାଇରାଲ୍ ପରେ ତେଜିଲା ରାଜନୀତି
ମହିଳା ଆଇପିଏସ୍ ଅଫିସରଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଧମକ । ଅଜିତ ପାୱାର ଫୋନ୍ ଯୋଗେ ଦେଇଥିବା ଧମକର ଭିଡିଓ ଭାଇରାଲ ହୋଇଛି
/kanak/media/media_files/2025/09/05/63-2025-09-05-14-21-04.jpg)