କନକ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ଭୋଟିଂକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବଡ ବୟାନ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଆଘାଡି ଶୋଚନୀୟ ପରାଜୟ ବରଣ କରିଛି ସେବେଠାରୁ ପୁଣି ଥରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଇଭିଏମରେ ତ୍ରୁଟି ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ମାନେ ଇଭିଏମକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ଜନାଦେଶକୁ ଗ୍ରହଣ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସିନ୍ଦେ କହିଛନ୍ତି ଶାସକ ମହାୟୁତି ମେଣ୍ଟ ତା'ର କାର୍ଯ୍ୟ ଯୋଗୁଁ ବିଧାନସଭା ନିର୍ବାଚନ ଜିତିଛି। ଏଭଳି ସ୍ଥିତିରେ ବିରୋଧୀ ମହାବିକାଶ ଆଘାଡି (ଏମଭିଏ) ଲୋକଙ୍କ ଜନାଦେଶକୁ ଗ୍ରହଣ କରିବା ସହ ବିକାଶମୂଳକ କାର୍ଯ୍ୟରେ ସରକାରଙ୍କୁ ସମର୍ଥନ କରିବା ଉଚିତ। ସିଦ୍ଦେ କହିଛନ୍ତି, ଏହା ମହାରାଷ୍ଟ୍ରବାସୀଙ୍କ ନିଷ୍ପତ୍ତି ଯାହାକୁ ବିରୋଧୀ ମାନେ ଗ୍ରହଣ କରିବା ଉଚିତ୍ । ବିରୋଧୀ ବିଜୟୀ ହେଲେ ଇଭିଏମ୍ କଥା ମନେ ପଡେ ବୋଲି କଟାକ୍ଷ କରି କହିଛନ୍ତି ଏକନାଥ ସିନ୍ଦେ । ଶିବସେନା ମୁଖ୍ୟ କହିଛନ୍ତି ଯେ ଯେତେବେଳେ ବିରୋଧୀ ବିଜୟୀ ହୁଅନ୍ତି ସେତେବେଳେ ଇଭିଏମରେ କୌଣସି ବିଶୃଙ୍ଖଳା ହେବା କଥା କୁହାଯାଏ ନାହିଁ, କିନ୍ତୁ ଯେତେବେଳେ ସେମାନେ  ହାରିଯାଆନ୍ତି ମେସିନ ଉପରେ ପ୍ରଶ୍ନ ଉଠିଥାଏ, ସେତେବେଳେ ମେସିନ ଖରାପ ହୋଇଯାଏ । ଏହି ପଦ୍ଧତି ଠିକ୍ ନୁହେଁ ବୋଲି ସେ କହିଛନ୍ତି। ନିର୍ବାଚନରେ ନିର୍ଣ୍ଣାୟକ ଭାବେ ପରାଜିତ ହୋଇଥିବା ଲୋକଙ୍କ ଜନାଦେଶକୁ ବିରୋଧୀ ଗ୍ରହଣ କରିବା ଉଚିତ। ସିନ୍ଦେ କହିଛନ୍ତି ଯେ ଲୋକମାନେ ପ୍ରମାଣ କରିଛନ୍ତି ଯେ ବିରୋଧୀଙ୍କୁ ନିଜର ସ୍ଥାନ ଦେଖାଇ ସେମାନେ ଘରେ ବସିଥିବା ଲୋକଙ୍କୁ ଭୋଟ୍ ଦିଅନ୍ତି ନାହିଁ।