କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି । ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି । ବିଜେପିକୁ କୁକୁର କହି ସମ୍ବୋଧିତ କରିବା ପରେ ବିବାଦ ତେଜିଛି ପାଟୋଲେଙ୍କ କୁକୁର ବୟାନକୁ ବିଜେପି ଜୋରଦାର ବିରୋଧ କରିଛି । ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏପରି ବୟାନ କଂଗ୍ରେସର ହତାଶା ଭାବକୁ ଦର୍ଶାଉଛି ବୋଲି ବିଜେପି କହିଛି । ଦଳର ବରିଷ୍ଠ ନେତା କିରିତ ସୋମୈୟା କହିଛନ୍ତି, “ଏପରି ବୟାନ ମହା ବିକାଶ ଅଘାଡ଼ିର ନିମ୍ନ ମାନସିକତାକୁ ଦର୍ଶାଉଛି । ସେମାନେ ହତାଶା ଭାବରୁ ଆହୁରି ତଳକୁ ଖସି ଯାଇଛନ୍ତି । ଆସନ୍ତା ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ଏଥିପାଇଁ ସବୁ ରାଜନୀତିକ ଦଳ ଜୋରଦାର ପ୍ରଚାର ଜାରି ରଖିଛନ୍ତି ।
ପାଖଉଛି ନିର୍ବାଚନ ତାରିଖ, ବଢ଼ୁଛି ବୟାନବାଜି: ବିଜେପିକୁ କୁକୁର ସହ ତୁଳନା କରି ବିବାଦରେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି । ମହାରାଷ୍ଟ୍ର କଂଗ୍ରେସ ମୁଖିଆ ନାନା ପାଟୋଲେ ବିଜେପି ପ୍ରତି ଅତ୍ୟନ୍ତ ବିବାଦୀୟ ଶବ୍ଦ ପ୍ରୟୋଗ କରିଛନ୍ତି ।