ମହାରାଷ୍ଟ୍ର ପରାଜୟକୁ ଗ୍ରହଣ କରିପାରୁନି କଂଗ୍ରେସ । ନିର୍ବାଚନରେ ଅନିୟମିତତା ନେଇ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ।

Advertisment

ନିର୍ବାଚନରେ ଅନିୟମିତତା ନେଇ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ପରାଜୟ ପରେ ଅନିୟମିତତା ହୋଇଥିବା ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି ଦଳ ।

ନିର୍ବାଚନରେ ଅନିୟମିତତା ନେଇ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ପରାଜୟ ପରେ ଅନିୟମିତତା ହୋଇଥିବା ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି ଦଳ ।

RAHUL

କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ଅଙ୍କ ଛିଣ୍ଡୁ ନଥିବା ବେଳେ ନିର୍ବାଚନରେ ଅନିୟମିତତା ନେଇ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ପରାଜୟ ପରେ ଅନିୟମିତତା ହୋଇଥିବା ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି ଦଳ । ଦଳ ଅଭିଯୋଗ କରିଛି ଯେ ଭୋଟର ତାଲିକାରୁ ମନଇଚ୍ଛା ଭୋଟରମାନଙ୍କ ନାଁ କଟାଯାଇଛି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୧୦ ହଜାର ଭୋଟ ଯୋଡ଼ାଯାଇଛି ।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏକ ଚିଠିରେ ଏହା ଉଲ୍ଲେଖ ରହିଛି । ଜୁଲାଇ ୨୦୨୪ରୁ ନଭେମ୍ବର ମଧ୍ୟରେ ମାତ୍ର ୫ ମାସରେ ୪୭ ଲକ୍ଷ ନୂଆ ଭୋଟର ଯୋଡ଼ି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଦଳ ଦାବି କରିଛି ଯେ ଯେଉଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହାରାହାରି ୫୦ ହଜାର ନୂଆ ଭୋଟରଙ୍କୁ ଯୋଡା ଯାଇଛି, ସେଥିରୁ ୪୭ଟି ଆସନ ବିଜେପି-ଶିବସେନା-ଏନସିପି ମେଣ୍ଟର ପ୍ରାର୍ଥୀମାନେ ଜିତିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe