କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ନେଇ ଅଙ୍କ ଛିଣ୍ଡୁ ନଥିବା ବେଳେ ନିର୍ବାଚନରେ ଅନିୟମିତତା ନେଇ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ପରାଜୟ ପରେ ଅନିୟମିତତା ହୋଇଥିବା ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି ଦଳ । ଦଳ ଅଭିଯୋଗ କରିଛି ଯେ ଭୋଟର ତାଲିକାରୁ ମନଇଚ୍ଛା ଭୋଟରମାନଙ୍କ ନାଁ କଟାଯାଇଛି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୧୦ ହଜାର ଭୋଟ ଯୋଡ଼ାଯାଇଛି ।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏକ ଚିଠିରେ ଏହା ଉଲ୍ଲେଖ ରହିଛି । ଜୁଲାଇ ୨୦୨୪ରୁ ନଭେମ୍ବର ମଧ୍ୟରେ ମାତ୍ର ୫ ମାସରେ ୪୭ ଲକ୍ଷ ନୂଆ ଭୋଟର ଯୋଡ଼ି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଦଳ ଦାବି କରିଛି ଯେ ଯେଉଁ ୫୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହାରାହାରି ୫୦ ହଜାର ନୂଆ ଭୋଟରଙ୍କୁ ଯୋଡା ଯାଇଛି, ସେଥିରୁ ୪୭ଟି ଆସନ ବିଜେପି-ଶିବସେନା-ଏନସିପି ମେଣ୍ଟର ପ୍ରାର୍ଥୀମାନେ ଜିତିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/29/E3pUNzxJwy88PfTwVoT6.jpg)