କନକ ବ୍ୟୁରୋ: ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ମନ୍ତ୍ରୀପଦ? ତା’ ଉପରୁ ହଟିବ ପରଦା। ଅପରାହ୍ଣ ୪ଟାରେ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ ହେବ । ୩୩ ବର୍ଷ ପରେ ପ୍ରଥମଥର ମୁମ୍ବାଇ ବାହାରେ ମନ୍ତ୍ରିମଣ୍ଡଳ ଶପଥ ସମାରୋହର ଆୟୋଜନ ହେବ । ନାଗପୁରରେ ହେବ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ।
ଏହା ପୂର୍ବରୁ ଡିସେମ୍ବର ୧୯୯୧ରେ ପ୍ରଥମଥର ନାଗପୁରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିଲା। ବିଜେପି, ଶିବସେନା ଓ ଏନସିପିର ମୋଟ ୩୫ ବିଧାୟକ ମନ୍ତ୍ରୀ ପଦ ପାଇବେ। ବିଜେପିରୁ ୨୦ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ। ସେହିପରି ଶିବସେନାରୁ ୧୩ ଏବଂ ଏନସିପିରୁ ୧୦ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ। ଯେଉଁ ବିଧାୟକମାନେ ଶପଥ ନେବେ, ସେମାନଙ୍କ ପାଖକୁ ଫୋନ୍ କଲ ଯିବା ଆରମ୍ଭ ହୋଇଛି। ନଭେମ୍ବର ୨୦ ତାରିଖରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ୨୮୮ ଆସନରୁ ୨୩୦ ସିଟ୍ ଜିତି ସରକାର ଗଠନ କରିଛି। ଏଥିରେ ବିଜେପି ସର୍ବାଧିକ ୧୩୨ ସିଟ୍ ସହ ଆଗରେ ଥିବା ବେଳେ ସିନ୍ଦେଙ୍କ ଶିବସେନା ୫୭ ଏବଂ ଏନସିପି ୪୧ ସିଟ୍ ଜିତିଥିଲା।
୩୩ ବର୍ଷ ପରେ ନାଗପୁରରେ ମନ୍ତ୍ରିମଣ୍ଡଳର ଶପଥ ସମାରୋହ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ନାଗପୁରରେ ପହଞ୍ଚିବା ପରେ ଭବ୍ୟ ରୋଡ୍ ସୋରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସହ ପତ୍ନୀ ଅମୃତା ଫଡନାଭିସ ଏବଂ ମହାୟୁତି ମେଣ୍ଟର ନେତା ସାମିଲ ହୋଇଛନ୍ତି।
ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ: କାହାକୁ ମିଳିବ ସ୍ଥାନ?
ଡିସେମ୍ବର ୧୬ ତାରିଖରୁ ନାଗପୁରରେ ଶୀତକାଳୀନ ଅଧିବେଶନ ହେବ
ମହାରାଷ୍ଟ୍ର କ୍ୟାବିନେଟର ପ୍ରଥମ ପର୍ୟ୍ୟାୟରେ ୩୦ରୁ ୩୨ ବିଧାୟକ ଶପଥ ନେଇପାରନ୍ତି
ମୁଖ୍ୟୃମନ୍ତ୍ରୀ ସମେତ ସର୍ବାଧିକ ୪୩ ସଦସ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି
ବିଜେପିରୁ ୨୦ରୁ ୨୨ ବିଧାୟକ ମନ୍ତ୍ରୀପଦର ଶପଥ ନେବେ
ଶିବସେନାରୁ ୧୩ ବିଧାୟକ ମନ୍ତ୍ରୀପଦର ଶପଥ ନେବେ
ଏନସିପିରୁ ୧୦ ବିଧାୟକ ମନ୍ତ୍ରୀପଦର ଶପଥ ନେବେ
ବର୍ତ୍ତମାନର ଅନେକ ମନ୍ତ୍ରୀ ହରାଇପାରନ୍ତି ପଦ
ସିନ୍ଦେ ଗୋଷ୍ଠୀର ୪ ମନ୍ତ୍ରୀଙ୍କ ପତା କଟିପାରେ
ବିଜେପିର ୩ ମନ୍ତ୍ରୀଙ୍କୁ ମିଳିନପାରେ ପଦ
ଏନସିପିର ୨ ମନ୍ତ୍ରୀ ହରାଇପାରନ୍ତି ପଦ
Follow Us