ମହାରାଷ୍ଟ୍ର ବଦଲାପୁର ଶିଶୁ ଯୌନ ଶୋଷଣ ମାମଲା । ଅଭିଯୁକ୍ତକୁ ଏନକାଉଣ୍ଟର

Advertisment

ମହାରାଷ୍ଟ୍ର ବଦଲାପୁର ଶିଶୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ଅକ୍ଷୟ ସିନ୍ଦେର ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ

ମହାରାଷ୍ଟ୍ର ବଦଲାପୁର ଶିଶୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ଅକ୍ଷୟ ସିନ୍ଦେର ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ

badlapur

କନକବ୍ୟୁରୋ : ମହାରାଷ୍ଟ୍ର ବଦଲାପୁର ଶିଶୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ଅକ୍ଷୟ ସିନ୍ଦେର ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ। ଅକ୍ଷୟକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯାଉଥିବା ବେଳେ ସେ ପୋଲିସ ରିଭଲଭର ଛଡାଇ ୩ ରାଉଣ୍ଡ ଫାୟାରିଂ କରିଥିଲା। ଏଥିରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ।

ପୋଲିସର ପାଲଟା ଗୁଳିମାଡ଼ରେ ଅକ୍ଷୟର ଦେହରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଛି। ଅଗଷ୍ଟ ୧ରେ ଅକ୍ଷୟ ଘରୋଇ ସ୍କୁଲରେ ସୁଇପର ଭାବେ ଯୋଗଦେଇଥିଲା।

ଅଗଷ୍ଟ ୧୨ ଓ ୧୩ ତାରିଖରେ ୩ ଏବଂ ୪ ବର୍ଷର ଶିଶୁକୁ ସ୍କୁଲରେ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ହଙ୍ଗାମା କରିଥିଲେ। ଏହା ପରେ ଅଗଷ୍ଟ ୧୭ ତାରିଖରେ ତାକୁ ଗିରଫ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe