କନକ ବ୍ୟୁରୋ: ଯାଞ୍ଚ କରୁଥିବା ଅଫିସରଙ୍କ ଉପରେ ରାଗିି ନିଆଁବାଣ ହେଲେ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ । ନିଜେ ଏହାର ଭିଡିଓ କରି ପୋଷ୍ଟ କରିଲେ । ୨୦ ନଭେମ୍ବରରେ ମହାରାଷ୍ଟ୍ରରର ନିର୍ବାଚନ, ୨୮ ସିଟ୍ ପାଇଁ ପଡିବ ଭୋଟ । ଏହାରି ମଧ୍ୟରେ ଉଦ୍ଧବ ଠାକରେଙ୍କ ରାଗ ନିର୍ବାଚନ  ଆୟୋଗ ଅଧିକାରୀଙ୍କ ଉପରେ ଦେଖିବାକୁ ମିଳିଛି । ସୂଚନାମୁତାବକ, ନିର୍ବାଚନ ଅଧିକାରୀମାନେ ଉଦ୍ଧବ ଠାକରେଙ୍କ ହେଲିକାପ୍ଟରର ଯାଞ୍ଚ କରିଥିଲେ ।  

Advertisment

ଏହାପରେ ଉଦ୍ଧବଙ୍କ ବ୍ୟାଗ ଯାଞ୍ଚ କରିଥିଲେ ଅଧିକାରୀ । ଏହା ଦେଖି ରାଗି ଯାଇଥିଲେ ଠାକରେ ଏବଂ ଅଧିକାରୀଙ୍କୁ ରାଗିକି ପ୍ରଶ୍ନ ଉପରେ ପ୍ରଶ୍ନ କରିଥିଲେ ଏବଂ ଏହାର ଭିଡିଓ ନିଜେ କରିଥିଲେ । ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଏପର୍ଯ୍ୟନ୍ତ ମୋ ପୁୂର୍ବରୁ କାହା କାହାର ବ୍ୟାଗ୍ ଚେକ କରିଛ?  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାରଙ୍କ ବ୍ୟାଗ୍ କୁ ଚେକ୍ କରୁଛନ୍ତିି ? ମୋଦି ଏବଂ ଅମିତ୍ ଶାହଙ୍କର ବ୍ୟାଗ ଚେକ୍ କରିଛନ୍ତି? ଏଭଳି ରାଗିକି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ ।