କନକ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଜୋରଦାର ହେଉଛି ବୟାନବାଜୀ । ଏବେ ଉଦ୍ଧବ ଗୋଷ୍ଠୀ ନେତାଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ସିନ୍ଦେ ଗୋଷ୍ଠୀର ନେତ୍ରୀ ସାଇନା ଏନସି । ଅରବିନ୍ଦ ସାୱନ୍ତ ସାଇନାଙ୍କ ନାଁରେ ବିବାଦୀୟ ଟିପ୍ପଣୀ ଦେବା ପରେ ମାମଲା ଏବେ ଥାନାରେ ପହଁଚିଛନ୍ତି । ନିକଟରେ ସାଇନାଙ୍କୁ ଟିକେଟ ଦେଇଛନ୍ତି ସିନ୍ଦେ ଗୋଷ୍ଠୀ ।ବିଜେପି ଛାଡି ଏବେ ଶିବସେନାରେ ମିଶିବା ପରେ ତାଙ୍କୁ ମୁମ୍ବାଦେବୀ ଆସନରୁ ଟିକେଟ ମିଳିଛି । ଏହାକୁ ନେଇ ଅରବିନ୍ଦ ସାୱନ୍ତ ସାଇନାଙ୍କୁ ଆକ୍ଷେପ କରିବା ସହ କହିଥିଲେ ମହାରାଷ୍ଟ୍ରରେ ଇମ୍ପୋଟେଡ ମାଲ ଚାଲିବନି ଓରଜିନାଲ ଦରକାର ।ତେବେ ଜଣେ ମୖଳାଙ୍କ ପ୍ରତି ମାଲ ଶଦ୍ଧ ବ୍ୟବହାରକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସାଇନା ।