କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ଅଜିତ ପାୱାରଙ୍କ ଏନସିପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢୁଥିବା ବେଳେ, ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାୱାରଙ୍କ ଏନସିପି ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି । ଏହି କ୍ରମରେ ଆଜି ଶରତ ପାୱାରଙ୍କ ଏନସିପି ତରଫରୁ ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ତାଲିକା ଶରଦ ପାୱାରଙ୍କ ଏନସିପିର ମହାରାଷ୍ଟ୍ର ଅଧ୍ୟକ୍ଷ ଜୟନ୍ତ ପାଟିଲ ଏହି ତାଲିକା ଘୋଷଣା କରିଛନ୍ତି । ଜୟନ୍ତ ପାଟିଲ  ନିଜେ ଇସଲାମପୁର ଆସନରୁ ନିର୍ବାଚନ ଲଢିବେ । ଏହାସହ ସବୁଠାରୁ ହଟ୍ ସିଟ କୁହାଯାଉଥିବା ବାରାମତୀ ଆସନରୁ ଅଜିତ ପାୱାରଙ୍କ ବିପକ୍ଷରେ ଶରଦ ପାୱାର ଯୋଗେନ୍ଦ୍ର ପାୱାରଙ୍କୁ ପ୍ରାର୍ଥୀ କରିଛି । ଯୋଗେନ୍ଦ୍ର ହେଉଛନ୍ତି ଶରଦ ପାୱାରଙ୍କ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ