କିଏ ହେବ ମୁଖ୍ୟମନ୍ତ୍ରୀ ? ଫଡନଭିସ୍ କହିଲେ ବୈଠକରେ ହେବ ନିଷ୍ପତ୍ତି

ମହାରାଷ୍ଟ୍ରରେ ବିଜେପିର ବଡ ବିଜୟ ହୋଇଛି । ରାଜ୍ୟରେ ପୁଣି  ଥରେ ମହାୟୁତି ସରକାର ଗଢିବାକୁ ଯାଉଛି । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍  ଏହି  ବିରାଟ ବିଜୟ ପାଇଁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କିଏ ହେବେ  ସେନେଇ ମଧ୍ୟ କହିଛନ୍ତି ।

devendra

କନକ ବ୍ୟୁରୋ : ଚମକାଇଦେଲା ମହାରାଷ୍ଟ୍ର ନିର୍ବାଚନ ଫଳାଫଳ । ମହାରାଷ୍ଟ୍ରରେ  ବିଜେପିର ବଡ ବିଜୟ ହୋଇଛି । ରାଜ୍ୟରେ ପୁଣି  ଥରେ ମହାୟୁତି ସରକାର ଗଢିବାକୁ ଯାଉଛି ।  ଏହାରି ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍  ଏହି  ବିରାଟ ବିଜୟ ପାଇଁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଏଥିସହିତ ମୁଖ୍ୟମନ୍ତ୍ରୀ କିଏ ହେବେ  ସେନେଇ ମଧ୍ୟ କହିଛନ୍ତି । ଫଡନଭିସ୍  କହିଛନ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ସେଥିପାଇଁ  କିଛି  ବିବାଦ  ହେବ ନାହିଁ । ପ୍ରଥମ ଦିନରୁ ନିଷ୍ପତ୍ତି ହୋଇଥିଲା ଯେ,  ତିନି ଦଳର ନେତା  ମିସିକରି ବୈଠକ କରିବେ । ଆଉ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ହେବ ନିଷ୍ପତ୍ତି ।  ଏହି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ । ଏହା ଉପରେ କୌଣସି ବିବାଦ ହେବ ନାହିଁ  ସ୍ପଷ୍ଟ କହିଛନ୍ତି ଫଡନଭିସ  ।

 ଫଡନଭିସ୍ ଆହୁରି ମଧ୍ୟ କହିଛନ୍ତି ମୋଦି ଥିଲେ ସବୁ ସମ୍ଭବ ।  ପିଏମ  ମୋଦି ନାରା ଦେଇଥିଲେ ‘ଏକ୍ ହୈ ତୋ ସେଫ୍ ହୈ’ । ମୋଦିଙ୍କ ଏହି ସ୍ଲୋଗାନକୁ  ମହାରାଷ୍ଟ୍ର ର ଜନତା ସଫଳ କରିଛନ୍ତି । ଦେବେନ୍ଦ୍ର ଫଡ଼ନଭିସ୍  ସୋସିଆଲ ମିଡିଆ ଏକ୍ସରେ  ମୋଦିଙ୍କ ଏହି ସ୍ଲୋଗାନକୁ ପୋଷ୍ଟ କରିବା ସହ  ମୋଦି ହୈ  ତୋ ମୁମକିନ୍ ହୈ ଲେଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe