କନକ ବ୍ୟୁରୋ : ମହାରାଷ୍ଟ୍ର ବିଧନସଭା ନିର୍ବାଚନର ଟ୍ରେଣ୍ଡ ଯାହା କହୁଛି ସେହି ମୁତାବକ ମହାୟୁତିକୁ ବହୁମତ ମିଳିବାକୁ ଯାଉଛି । ହେଲେ କିଛି ଚର୍ଚ୍ଚିତ ଆସନ ଉପରେ ସମସ୍ତଙ୍କର ନଜର ରହିଛି । ଏହି ଆସନ ମଧ୍ୟରୁ ମୁମ୍ବାଇ ଉପନଗର ଜିଲ୍ଲାର ଅଣୁଶକ୍ତିନଗର ଅନ୍ୟତମ । ଏହି ଆସନରୁ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ ଓ ନୱାବ ମଲ୍ଲିକଙ୍କ କନ୍ୟା ସାନା ମଲ୍ଲିକଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଏହି ଆସନରେ ଏବେ ନୱାବ ମଲ୍ଲିକଙ୍କ କନ୍ୟା ସାନା ମଲ୍ଲିକ ୩ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ସାନା ମଲ୍ଲିକ ଅଜିତ ପାୱାର ଗୋଷ୍ଠୀର ଏନସିପି ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ଫହାଦ ଅହମ୍ମଦ ଶରଦ ପାୱାର ଗୋଷ୍ଠୀ ଏନସିପିରୁ ନିର୍ବାଚନ ଲଢୁଛନ୍ତି । ଏହି ଆସନରୁ ଏମଏନଏସ ମଧ୍ୟ ପ୍ରାର୍ଥୀ ଦେଇଛି  ।