କନକ ବ୍ୟୁରୋ: ଘୋଷଯାତ୍ରାର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଆଡପବିଜେ ନୀତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ । ଦିବ୍ୟ ଦୃଶ୍ୟ ଦେଖିବାକୁ ଶରଧାବାଲିରେ ଜନସମୁଦ୍ର ହୋଇଥିଲା । ପୁଷ୍ପାଞ୍ଜଳି ହୋଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ହୋଇଥିଲେ । ତାପରେ ସୁଦର୍ଶନ ପହଣ୍ଡି ହୋଛଇନ୍ତି । ଏହାପରେ ବଳଭଦ୍ର,  ସୁଭଦ୍ରା ଓ  ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା । କାଲିଠୁ ଭକ୍ତଙ୍କୁ ଆଡ଼ପ ଦର୍ଶନର ସୁଯୋଗ ମିଳିବ । କାଲିଠାରୁ ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ । ଏହାସହ କାଲିଠାରୁ ବାହାରିବ ଅବଢ଼ା । ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଶରଧାବାଲି ଶ୍ରଦ୍ଧାଳୁଙ୍କ ଦ୍ବାରା ଜନସମୁଦ୍ର ପାଲଟିଛି । ତିନି ରଥ ସାମ୍ନାରେ ଏକ ବିଶାଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଜୟ ଜଗନ୍ନାଥ ଧ୍ବନୀରେ ଶରଧାବାଲି ପ୍ରକମ୍ପିତ ହୋଇଥିଲା ।