କନକ ବ୍ୟୁରୋ : ମହାପ୍ରଭୁଙ୍କୁ ଭୋଗ ଲାଗିବ ଜୈବିକ ଚାଉଳରୁ ପ୍ରସ୍ତୁତ ଅନ୍ନ। ଅମୃତ ଅନ୍ନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହେବାକୁ ଯାଉଛି ବଳଭଦ୍ର ଜୈବିକ ଚାଷ ମିଶନ । ୧୧୩ କୋଟି ବ୍ୟୟ ବରାଦରେ ରାଜ୍ୟ ସରକାରଙ୍କ ଦୂରଦର୍ଶୀ ପ୍ଲାନ୍ । ଚାଷୀଙ୍କୁ ମିଳିବ ଉତ୍ପାଦନ ଓ କ୍ଷତି ଭରଣା ପାଇଁ ଆର୍ଥିକ ପ୍ରୋତ୍ସାହନ । ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଶ୍ରୀଜଗନ୍ନାଥ ମନ୍ଦିର ରୋଷଘରେ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ପାରମ୍ପରିକ ଚାଉଳର ବ୍ୟବହାର । ଏନେଇ ୫ ବର୍ଷିଆ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।
କୋଠ ଭୋଗ ପାଇଁ ପ୍ରତ୍ୟେକ ଦିନ ୨ କୁଇଣ୍ଟାଲ ଚାଉଳ ଆବଶ୍ୟକ ହେଉଥିବା ବେଳେ ବରାଦୀ ଓ ବିକ୍ରି ଅବଢ଼ା ପାଇଁ ୨ଶହରୁ ୨ ଶହ ୨୦ କୁଇଣ୍ଟାଲ୍ ଚାଉଳ ଆବଶ୍ୟକ । ଏଥିପାଇଁ ୧୫ ହଜାରରୁ ଉର୍ଦ୍ଧ୍ଵ ହେକ୍ଟର ଚାଷ ଜମି ଆବଶ୍ୟକ । ଏନେଇ କୃଷି ସଚିବ ଓ ଶ୍ରୀମନ୍ଦିର ସୁଆର ବିଭିନ୍ନ ଅଞ୍ଚଳକୁ ଯାଇ ଚାଷ ଜମି ବୁଲି ଦେଖିଛନ୍ତି ।
ଏବେ ଦେଖିବାର କଥା ରାଜ୍ୟ ସରକାରଙ୍କ ଏହି ଦୂରଦର୍ଶୀ ଯୋଜନା କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି । କୋରାପୁଟର ଜୈବିକ ଚାଉଳର ଭୂରି ଭୂରି ପ୍ରଶଂସା କରିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହାର ବିଶ୍ବରେ ଆଦୃତି ରହିଛି । ତେବେ ଜୈବିକ ଚାଉଳ ସବୁ ଜାଗାରେ ହେବା ଦ୍ବାରା ଏହାର ଆଦୃତି ସମାଜରେ ଆହୁରି ବଢିବ ।