କନକ ବ୍ୟୁରୋ : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବେଶ ନିମିତ୍ତ ଅନ୍ୟ ପଦାର୍ଥ ତୁଳନାରେ ଅଧିକ ଫୁଲ ଓ ଚନ୍ଦନର ଆବଶ୍ୟକତା ହୋଇଥାଏ । ପୂଜା ସମୟରେ ଚନ୍ଦନ କାଠର ବର୍ଣ୍ଣ ଓ ସୁବାସକୁ ଆଧାର କରି ବିଭିନ୍ନ ଚନ୍ଦନ ଘୋରାଯାଏ । ସେଗୁଡ଼ିକୁ ଶ୍ରୀଗଣ୍ଡ ବା ଶ୍ବେତଚନ୍ଦନ , ଶବର ଚନ୍ଦନ , ହରିଚନ୍ଦନ ବା ପୀତ ଚନ୍ଦନ, ରକ୍ତ ଚନ୍ଦନ, ଅଗୁରୁ ଚନ୍ଦନ ଶ୍ରେଣୀରେ ବିଭକ୍ତ କରାଯାଇଅଛି । ମହାବାହୁଙ୍କ ନିତିଦିନର ପୂଜାର୍ଚ୍ଚନାରେ ଚନ୍ଦନ ବ୍ୟବହାର ହୋଇଥାଏ । କେତେକ ନୀତିରେ ମନ୍ଦିରରେ ଘୋରା ହେଉଥିବା ଚନ୍ଦନଠାରୁ ଅଧିକ ଆବଶ୍ୟକ ହେଲେ ସ୍ବତନ୍ତ୍ର ସେବକ ଚନ୍ଦନ ଘଟୁଆରୀଙ୍କ ଘରଠାରୁ ଶ୍ରୀମନ୍ଦିରକୁ ଘୋରା ଚନ୍ଦନ ଘଣ୍ଟା , ଘଣ୍ଟ , କାହାଳୀ ସହ ରୁପା ପିଙ୍ଗଣରେ ଅଣାଯାଇଥାଏ । 

Advertisment
jagga
jagga Photograph: (google)

ମହାବାହୁଙ୍କ ସୂର୍ଯ୍ୟପୂଜା,ଦ୍ବାରପାଳ ପୂଜା,ବଲ୍ଲଭ ସକାଳ ଧୂପ,ମଧ୍ୟାହ୍ନ ଧୂପ , ସଂଧ୍ୟାଧୂପ,ଚନ୍ଦନଲାଗି, ବଡ଼ ସିଂହାର , ପୁଷ୍ପାଞ୍ଜଳି ତଥା ସମସ୍ତ ପର୍ବଯାତ୍ରାରେ ମଙ୍ଗଳାର୍ପଣ,ବନ୍ଦାପନା , ସର୍ବାଙ୍ଗ ଚନ୍ଦନ ଲାଗି ପ୍ରଭୃତିରେ ଆବଶ୍ୟକ ମତେ ଅଧିକ ଚନ୍ଦନ ଦରକାର ହୋଇଥାଏ । ଏପରିକି ଅଣସର ମତେ ଅଧିକ ଚନ୍ଦନ ଦରକାର ହୋଇଥାଏ । ଏପରିକି ଅଣସର ସର୍ବାଙ୍ଗ , ଅକ୍ଷୟ ତୃତୀୟା , ସ୍ନାନ ଯାତ୍ରାରେ ଏତେ ଚନ୍ଦନର ଆବଶ୍ୟକତା ଅନୁଭୂତି ହୁଏ ଯେ ଘଟୁଆରୀ ସେବକଙ୍କ ବ୍ୟତୀତ ବ୍ରାହ୍ମଣଙ୍କ ଦ୍ବାରା ଚନ୍ଦନ ଘୋରା ହୋଇଥାଏ । ଓଡ଼ିଶାରେ ସର୍ବତ୍ର ହିନ୍ଦୁମାନେ ମସ୍ତକରେ ଚନ୍ଦନରଜ ତିଳକ ବା ଟିକା ଲଗାନ୍ତି । ଶ୍ରୋତୀୟ ବ୍ରାହ୍ମଣମାନେ ମସ୍ତକରେ ଚନ୍ଦନ ଲଗାଇବା ବେଳେ ନିମ୍ନଲିଖିତ ଶ୍ଳୋକଟି ଗାନ କରିଥା’ନ୍ତି । 

‘ଚନ୍ଦନସ୍ୟ ମହାପୁଣ୍ୟଂ ପବିତ୍ର ପାପ ନାଶନମ୍ , ଅପଦା ହରତେ ନିତ୍ୟଂ , ଲକ୍ଷ୍ମୀ ତିଷ୍ଠତି ସର୍ବଦା ।’

sandalwood
sandalwood Photograph: (google)

ଚନ୍ଦନ ମସ୍ତକରେ ଲଗାଇବା ଦ୍ବାରା ଅକାଳ ମୃତ୍ୟୁ , ଦୁଃଖ ଦୂର ହୋଇଥାଏ । ମାତା ଲକ୍ଷ୍ମୀ ଏବଂ ଭକ୍ତଙ୍କର ଶରୀରରେ ନିବାସ ହୁଏ । ଚନ୍ଦନ ତିଳକ ମହାପ୍ରଭୁଙ୍କର ଚରଣ ସଦୃଶ । ଯାହା ଶ୍ରୀଜଗନ୍ନାଥଙ୍କର ଚରଣ ଶୋଭିତ , ସେ ଅନ୍ୟ କାହାକୁ ଭୟ ନ କରିବା ସ୍ବାଭାବିକ । ଓଡ଼ିଶା କାହିଁକି ସମଗ୍ର ଭାରତରେ ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତିବିଶେଷ ମସ୍ତକରେ ଚନ୍ଦନ ତିଳକ ଧାରଣ କରିଥା’ନ୍ତି । 

Chandan face
Chandan face Photograph: (google)

ଓଡ଼ିଶାର ବହୁ କବି ମହାପ୍ରଭୁଙ୍କ ଚନ୍ଦନ ଲାଗି ଭଜନ ଓ ଜଣାଣ ରଚନା କରିଛନ୍ତି । ତନ୍ମଧ୍ୟରୁ ଆଧୁନିକ କାଳରେ ଗୀତିକାର କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କର ‘କୋଠ ଭୋଗଖିଆ’ ଗୀତଟି ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଭକ୍ତିର ପ୍ଲାବନ ସୃଷ୍ଟି କରିଥିଲା । 
                                                 ‘କୋଠ ଭୋଗଖିଆ ମୋ ଚକା ଆଖିଆ 
                                         ଉଠ ହେ ପହଡ଼ ଭାଙ୍ଗି , ପଣ୍ଡା ପଢିଆରୀ କରନ୍ତି ଗୁହାରି 
                                                       ହେବାକୁ ଚନ୍ଦନ ଲାଗି ।’