କନକ ବ୍ୟୁରୋ: ମହାଜ୍ୱରରେ ପୀଡ଼ିତ ମହାପ୍ରଭୁ । ଜ୍ୱର କମ୍ପନରେ ଶ୍ରୀଅଙ୍ଗରେ ତାତି । ଅନବସରର ଚାରିଦିନରେ  ଅଣସର ଘରେ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ ହୋଇଛି । ଆସନ୍ତା କାଲି ଫୁଲୁରି ତେଲ ଆସିବା ପରେ ତାପର ଦିନଠୁ ଲାଗିହେବ ଫୁଲୁରି ତେଲ । ରଥଯାତ୍ରା ପାଇଁ ରଥ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୋଟଳ କାର୍ଯ୍ୟ ଜାରି ରହିଛି ।

Advertisment

୧୦୮ ଗରା ଜଳରେ ଗାଧୋଇବା ପରେ ମହାପ୍ରଭୁଙ୍କୁ ପ୍ରବଳ ଜ୍ୱର । ତେଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସଂରକ୍ଷଣ ପାଇଁ ଗୁପ୍ତ ନୀତି ଚାଲିଛି । ନିବୁଜ ଅନ୍ଧାର ଘରେ ତାଟି ପକାଇ ଦୀପ ଜଳାଇ ଉପଚାର କରାଯାଉଛି । ନିଷ୍ଠାର ସହ ଏହି ସେବା କରିଥାନ୍ତି ଦଇତାପତି ସେବକ । ନୀତି ସମ୍ପାଦନ ବେଳେ ଘଣ୍ଟ ଘଣ୍ଟା ବାଜେନି କି ଉଚ୍ଚସ୍ୱରରେ କେହି କଥାବାର୍ତ୍ତା କରନ୍ତି ନାହିଁ  । ଅଣସର ଘର ଅନ୍ଧକାର ଥିବାରୁ ସେବାୟତ ପ୍ରଦୀପ ଜାଳି ଦିଅଁମାନଙ୍କର ସେବା କରିଥାନ୍ତି   । ଏହି ସମୟରେ ଶୁକ୍ଳ ରଙ୍ଗର ବସ୍ତ୍ର ଓ ପୁଷ୍ପ ବ୍ୟବହାର କରାଯାଇଥାଏ । ତେବେ ଅନବସରର ଚାରିଦିନରେ ଅଣସର ଘରେ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ  ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ କରିଛନ୍ତି । ଆସନ୍ତାକାଲି ଫୁଲୁରି ତେଲ ଆସିବ । ମଙ୍ଗଳବାର ଲାଗିହେବ ଫୁଲୁରି ତେଲ ।  
 
ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା
ସାଆନ୍ତଙ୍କ ପାଇଁ ଚାଲିଛି ରଥ ନିର୍ମାଣ 

୨୭ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥନିର୍ମାଣ କାମ ଜୋରସୋରରେ ଚାଲିଛି । ତିନି ରଥରେ ଅଗ ଭୂଇଁ ବା ତୃତୀୟ ଭୂଇଁ ସ୍ଥାପନ ସହ ସ୍ଥାପିତ ହୋଇଛି ତିନିରଥର ବଡ଼ଥଳ ପୋଟଳ । ତିନିରଥରେ ଏକ ନମ୍ୱର ପୋଟଳ ସଂଯୋଗ ହେବାପରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ବିଶ୍ଵକର୍ମା ।
 
ଅଣସର ଚାଲିଥିବାରୁ  ଜଗନ୍ନାଥଙ୍କ ମାନବୀୟ ଅବତାର ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି । ଏହି ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ବେଶଧାରୀ ଶିଳାବ୍ରହ୍ମ ଶ୍ରୀ ଅଲାରନାଥ ଦେବ ନାରାୟଣ ଦେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି ।