କନକ ବ୍ୟୁରୋ : ମହାକୁମ୍ଭରେ ବୁଡପକାଇବେ ପାକିସ୍ତାନୀ । ଏନେଇ ମୋଦୀ ସରକାର ୧୦ ଦିନର ଭିସା ଦେଇଛନ୍ତି। ପାକିସ୍ତାନରେ ପାଖାପାଖି ୨୦ ଲକ୍ଷ ହିନ୍ଦୁ ରହୁଛନ୍ତି । ଏହି ହିନ୍ଦୁମାନେ ଭାରତ ସରକାଙ୍କଠୁ ନିଜ ପ୍ରିୟଜନ ଙ୍କ ଅସ୍ତି ବିସର୍ଜନ ପାଇଁ ଅନୁମତି ମାଗିଥିଲେ । ଯେଉଁଥିପାଇଁ ୨୦୨୨ ରେ ପାକିସ୍ତାନୀ ହିନ୍ଦୁ ପରିବାରକୁ ଗଙ୍ଗାରେ ଅସ୍ତି ବିସର୍ଜନ କରିବା ପାଇଁ ସ୍ପନ୍ସରସିପ୍ ପଲିସ୍ ଲାଗୁ କରାଯାଇଥିଲା । ଚଳିତ ଥର ୪୮୦ ହିନ୍ଦୁଙ୍କ ଅସ୍ତି ଗଙ୍ଗାରେ ବିସର୍ଜନ କରିବା ପାଇଁ ଭାରତ ଅଣାଯାଇଛି। ସୋମବାର ଦିନ ଅଟାରି ସୀମା ଦେଇ ଭାରତରେ ପହଞ୍ଚିଥିଲେ । ୪୮୦ ହିନ୍ଦୁଙ୍କ ଅସ୍ତି ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ମହନ୍ତ ରାମନାଥ ପାକିସ୍ତାନରୁ ଭାରତ ଆଣିଛନ୍ତି ।
ଏନେଇ ମହନ୍ତ କହିଛନ୍ତି ଅସ୍ତି ସବୁକୁ ହରିଦ୍ବାରରେ ବିଧିବିଧାନ ସହ ବିସର୍ଜନ କରିବା ପରେ ପ୍ରୟାଗରାଜ ରେ କୁମ୍ଭ ସ୍ନାନ ମଧ୍ୟ କରିବୁ । ମୃତ ୪୮୦ ବ୍ୟକ୍ତିଙ୍କ ପରିବାରଙ୍କ ଇଛା ଥିଲା ଯେ ଅସ୍ତି ସବୁକୁ ଗଙ୍ଗାରେ ବିସର୍ଜନ କରିବା ଦ୍ବାରା ସେମାନଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି ଆଉ ଶାନ୍ତି ମିଳିବ । ତେବେ ଏହି କାର୍ଯ୍ୟ ପାଇଁ ଭାରତ ସରକାର ଦୁଇବର୍ଷ ପୂର୍ବରୁ ଅନୁମତି ଦେଇସାରିଛନ୍ତି । ସେଥିପାଇଁ ପାକିସ୍ତାନରୁ ଅସ୍ତି ଆଣି ଆସିଥିବା ମହନ୍ତଙ୍କୁ ୧୦ ଦିନ ପାଇଁ ଭିସା ଦେଇଛନ୍ତି ଭାରତ ସରକାର । ତେବେ ୧୯୪୭ ବିଭାଜନ ପରେ ତୃତୀୟ ଥର ପାକିସ୍ତାନରୁ ଅସ୍ତି ଆସିଛି ଭାରତ । ପ୍ରଥମ ଥର ୨୦୧୧ରେ ୧୩୫ ଅସ୍ତି ପାକ୍ ରୁ ଭାରତ ଆସିଥିଲା । ଏହି ଅସ୍ତି ୬୪ ବର୍ଷ ଧରି ସୁରକ୍ଷିତ ଭାବେ ରଖାଯାଇଥିଲା କେବଳ କଙ୍ଗାରେ ବିସର୍ଜନ ପାଇଁ। ସେହିପରି ପୁନର୍ବାର ୨୦୧୬ ରେ ମଧ୍ୟ ୧୬୦ ଅସ୍ତି ଗଙ୍ଗରେ ବିସର୍ଜନ ପାଇଁ ଅଣାଯାଇଥିଲା।