ସରଗରମ ମାହାଙ୍ଗା ରାଜନୀତି ; ମିଛ ବିଲର ତଦନ୍ତ କରିବାକୁ ଖୋଲା ଆହ୍ବାନ ଦେଲେ ବ୍ଲକ ଅଧ୍ୟକ୍ଷା

ସରଗରମ ମାହାଙ୍ଗା ରାଜନୀତି । ବିଧାୟକଙ୍କ ମନ୍ତବ୍ୟର ଜବାବ ରଖିଲେ ମାହାଙ୍ଗା ବ୍ଳକ ଅଧ୍ୟକ୍ଷା । ମିଥ୍ୟା ବିଲ୍‌ର ତଦନ୍ତ କରିବାକୁ ଦେଲେ ଖୋଲା ଆହ୍ବାନ । ବିନା କାମରେ ଟଙ୍କାଟିଏ ଦିଆଯିବନି ବୋଲି ବିଧାନସଭାରେ କହିଥିଲେ ସାରଦା। 

Mahanga politics

Mahanga politics Photograph: (KanakNews)

କନକ ବ୍ୟୁରୋ : ବିଧାନସଭାରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ରଖିଥିବା ମନ୍ତବ୍ୟର ଜବାବ ଦେଇଛନ୍ତି ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ  । ମିଥ୍ୟା ବିଲ୍‌ର ତଦନ୍ତ କରିବାକୁ ଖୋଲା ଆହ୍ୱାନ କରିଛନ୍ତି। ବିପିଏଲରୁ କିଛି ବର୍ଷରେ କେମିତି କୋଟିପତି ହେଲେ ବିଧାୟକ ତାହା ସାର୍ବଜନୀନ କରନ୍ତୁ ବୋଲି ଆହ୍ବାନ କରିଛନ୍ତି ବ୍ଲକ ଅଧ୍ୟକ୍ଷା। ବିଧାୟକ ମାହାଙ୍ଗା ବିକାଶ ପରିଷଦ ଗଠନ କରି ମାହାଙ୍ଗାର ବିନାଶ କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। 

ମାହାଙ୍ଗା ବ୍ଲକ ଅଫିସରେ ୩୪ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଧାରଣାରେ ବସିବା ବେଳେ ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ। ତେବେ ୪ ଜଣ ନୁହେଁ, ବରଂ ୪୦ ବିଧାୟକ ମାହାଙ୍ଗା ଗଲେ ମଧ୍ୟ ବିନା କାମରେ ଟଙ୍କାଟିଏ ଦିଆଯିବନି ବୋଲି ଗତକାଲି ବିଧାନସଭାରେ କହିଥିଲେ ବିଧାୟକ ସାରଦା ପ୍ରଧାନ। କୌଣସି ଠିକାଦାରଙ୍କ ବିଲ୍ ଅଟକା ଯାଇନଥିବା କହିଥିଲେ ବିଧାୟକ। ଆଜି ପ୍ରେସମିଟ୍ କରି ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଏହାର ଜବାବ ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe