ବ୍ୟକ୍ତିଗତ ସ୍ତରକୁ ଗଲାଣି ମାହାଙ୍ଗା ରାଜନୀତି । ସାରଦା ପ୍ରଧାନ ଓ ପ୍ରତାପ ଜେନାଙ୍କ ମଧ୍ୟରେ ତୁ ତୁ ମେମେ

Advertisment

ବ୍ୟକ୍ତିଗତ ସ୍ତରକୁ ଗଲାଣି ମାହାଙ୍ଗା ରାଜନୀତି । ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପର କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବର୍ତ୍ତମାନର ବିଧାୟକ ସାରଦା ପ୍ରଧାନ ଓ ପୂର୍ବତନ ବିଧାୟକ ପ୍ରତାପ ଜେନା ।

ବ୍ୟକ୍ତିଗତ ସ୍ତରକୁ ଗଲାଣି ମାହାଙ୍ଗା ରାଜନୀତି । ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପର କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବର୍ତ୍ତମାନର ବିଧାୟକ ସାରଦା ପ୍ରଧାନ ଓ ପୂର୍ବତନ ବିଧାୟକ ପ୍ରତାପ ଜେନା ।

sarada pratap

କନକ ବ୍ୟୁରୋ : ବ୍ୟକ୍ତିଗତ ସ୍ତରକୁ ଗଲାଣି ମାହାଙ୍ଗା ରାଜନୀତି । ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପର କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବର୍ତ୍ତମାନର ବିଧାୟକ ସାରଦା ପ୍ରଧାନ ଓ ପୂର୍ବତନ ବିଧାୟକ ପ୍ରତାପ ଜେନା । ଉଭୟ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଏବେ ମାହାଙ୍ଗା ରାଜନୀତିକୁ ସରଗରମ କରିଛି । ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମରେ ପ୍ରତାପ ଜେନା ପିସି ପ୍ରସଙ୍ଗ ଉଠାଇ ବର୍ତ୍ତମାନର ବିଧାୟକଙ୍କୁ ଆକ୍ଷେପ କରିଥିଲେ । ଗୁରୁବାର ଏହାର ଜବାବ ରଖିବା ସହ ପ୍ରତାପ ଜେନାଙ୍କୁ କାଉଣ୍ଟର ଆଟାକ କରିଛନ୍ତି ଶାରଦା ପ୍ରଧାନ । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିକାଶ ମୂଳକ କାମ ସବୁ ବନ୍ଦ ହୋଇ ପଡି ରହିଛି, ପିସି ଦିଅ, ପେମେଣ୍ଟ ନିଅ ନୀତି ଚାଲିଛି । 

ପିସି ନଦେଲେ କୌଣସି ବିଲକୁ ମଞ୍ଜୁରୀ ମିଳୁନାହିଁ ବୋଲି ପ୍ରତାପ ଜେନା ଅଭିଯୋଗ କରିଥିଲେ। ଗୁରୁବାର ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ପ୍ରତାପ ଜେନା ଦେଇଥିବା ମନ୍ତବ୍ୟର ଜବାବ ରଖି ପ୍ରତାପ ଜେନାଙ୍କ କାର୍ଯ୍ୟକାଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଦୁର୍ନୀତିର ହିସାବ ରଖିଛନ୍ତି । ପିସି ନେଉଥିବାର ପ୍ରମାଣ ମିଳିଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି, ଅନ୍ୟକୁ ଆଙ୍ଗୁଳି ଦେଖାଇବା ପୂର୍ବରୁ ପୂର୍ବତନ ବିଧାୟକ ନିଜକୁ ଆଗ ଦେଖନ୍ତୁ ବୋଲି ଶାରଦା କହିଛନ୍ତି । ୧୫ ବର୍ଷ ଧରି ପ୍ରତାପ ଜେନା କ୍ଷମତାରେ ରହିଥିବା ବେଳେ ତାଙ୍କ କାର୍ୟ୍ୟକାଳରେ ଗଦା ଗଦା ଦୁର୍ନୀତି ହୋଇଛି । କ୍ଷମତାରୁ ଗଲା ପରେ ଏବେ ପ୍ରତାପ ଜେନା ପ୍ରଳାପ କରୁଥିବା କଥା କହି ପ୍ରତାପଙ୍କୁ କଟାକ୍ଷ କରିଛନ୍ତି ବିଧାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe