କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ତ । ୯ ଜଣଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରାଯାଇଛି । ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ସାଲେପୁର ଅତିରିକ୍ତ ଦୌରାଜଜ ଏନେଇ ରାୟ ଶୁଣାଇଛନ୍ତି । ପ୍ରତାପ ଜେନାଙ୍କ ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି । ୨୦୨୧ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ତ । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହୋଇଥିଲା ମୃତ୍ୟୁ ।