କନକ ବ୍ୟୁରୋ: ମାହାଙ୍ଗା ଥାନା ଆଗରେ ଶବ ରଖି ପ୍ରତିବାଦ ଘଟଣା । ୨୪ ଘଣ୍ଟାର ମହଲତ ମାଗିଲା ପ୍ରଶାସନ । ଆଜି ସନ୍ଧ୍ୟା ସୁଦ୍ଧା ରଶ୍ମିତା ଦାସଙ୍କ ଆତ୍ମହୁତି ଘଟଣାର ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ।
ରଶ୍ମିତାଙ୍କ ପରିବାର ସହ ତହସିଲଦାର ଓ ବରିଷ୍ଠ ପୋଲିସ ଅଧିକାରୀ ଆଲୋଚନା କରି ନିଷ୍ପତ୍ତି ନେବେ। ଗତକାଲି ରଶ୍ମିତାଙ୍କ ମୃତଦେହକୁ ଥାନା ଆଗରେ ରଖି ଆଇଆଇସିଙ୍କୁ ଗିରଫ ଓ ପରିବାରୁ ନ୍ୟାୟ ଦାବି କରିଥିଲେ। ରଶ୍ମିତାଙ୍କ ସ୍ୱାମୀଙ୍କୁ ପୁଲିସ ମିଛ ମାମଲାର ଫସାଇଥିବା ଅଭିଯୋଗ ଆଣିଥିଲେ । ଥାନା ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ନିରାଶ ହେବା ପରେ ଥାନା ଆଗରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇଥିଲେ । ଗୁରୁତର ଅବସ୍ଥାନରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ପରେ ମୃତଦେହକୁ ଥାନା ଆଗରେ ରଖି ନ୍ୟାୟ ଦାବି କରିଥିଲେ ପରିବାର ।