କନକ ବ୍ୟୁରୋ : ମହାମାୟାଙ୍କ ପୂଜା ପାଇଁ ସବୁଠୁ ଉତ୍ସବର ପରିବେଶ । ଆଜି ଶକ୍ତିପୀଠରେ ମହାନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା । ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ । ଆଜି ଶକ୍ତିପୀଠ ଗୁଡିକରେ ମହାମାୟାଙ୍କ ମହାନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପରେ ଅଷ୍ଟମୀ ପୂଜାବିଧି । ମହାଷ୍ଟମୀରେ ବିଭିନ୍ନ ପୂଜା ମଣ୍ଡପରେ ପାଣି କଖାରୁ ବଳି ଦେବା ପରମ୍ପରା ରହିଛି । ଦଶହରା ପାଇଁ ରାଜ୍ୟର ବିଭିନ୍ନ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । 

Advertisment

ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି । ପରିବାର ସହ ପୂଜା ମଣ୍ଡପ ଗୁଡିକ ବୁଲୁଛନ୍ତି ଲୋକେ । ପୂଜା ପାଇଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଆଖିଝଲସା ତୋରଣ ନିର୍ମାଣ କରାଯାଇଛି । ସେହିପରି କଟକର ବିଭିନ୍ନ ପୂଜା ମଣ୍ଡପରେ ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି ।