କନକ ବ୍ୟୁରୋ: ମହାନଦୀ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ। କେନ୍ଦ୍ର ଗୃହମନ୍ତ୍ରୀ ସମାଧାନ ନେଇ ପରାମର୍ଶ ଦେଇଥିଲେ । ପ୍ରଥମେ ସଚିବସ୍ତରୀୟ ଏବଂ ପରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ଏବଂ ଆଲୋଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ସମାଧାନ ବଦଳରେ କେସ୍ କରି ଲମ୍ବା ରାସ୍ତା ଗ୍ରହଣ କରିବାର ନଥିଲା । ପୂର୍ବ ସରକାର ଯଦି ଗୋଟିଏ ସକରାତ୍ମକ ପଦକ୍ଷେପ ନେଇଥାନ୍ତେ ଏତେ ଭୋଗିବାକୁ ପଡ଼ିନଥାନ୍ତା । ଛତିଶଗଡ଼କୁ ବିରୋଧ କରିବା ଜଳ କମିସନ ଆଗରେ ଧାରଣା ଦେବା ସମାଧାନର ବାଟ ନୁହେଁ । ପାଣି ସମୁଦ୍ରକୁ ବୋହି ଯାଉଛି ଆମେ ଅଟକାଇପାରିଲେ ନାହିଁ, ଛତିଶଗଡ଼ ବ୍ୟାରେଜ କଲା ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ବିଜେଡି ସରକାର ଏତେ ବର୍ଷ ଭିତରେ ଗୋଟିଏ ବ୍ୟାରେଜ୍ କରିନାହାନ୍ତି । ଲୋକଙ୍କୁ ଭ୍ରମିତ କରି ରଖିଥିଲେ ପୂର୍ବ ସରକାର। ଆପୋଷ ଆଲୋଚନା ମାଧ୍ୟମରେ ଏହା ସମାଧାନ ହେବ । ସବୁ ଦଳକୁ ଆମେ ଆହ୍ବାନ କରିବୁ ସମସ୍ତେ ବସନ୍ତୁ ଆଲୋଚନା କରନ୍ତୁ ସମାଧାନ ହେବ ।