କନକ ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି । ଓଡ଼ିଶା ପାଇଁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ AG ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ନେଇ ଆଲୋଚନା ହୋଇଛି । ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି । କାଲି ଦୁଇ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି । ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି । ସରକାର ବଦଳିବା ପରେ ଆପୋସ ବୁଝାମଣା ପାଇଁ ଚେଷ୍ଟା ଚାଲିଛି ।