କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ଗୋଲ ଟେବୁଲ ବୈଠକ ହେବ । ବୈଠକ ପରେ ୨୯ ତାରିଖରେ ଛତିଶଗଡ଼ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିବେ ଜଳ ମାନବ ଡ. ରାଜେନ୍ଦ୍ର ସିଂହ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଟ୍ରେନ୍ ଯୋଗେ ରାୟପୁର ଗସ୍ତ କରିଛନ୍ତି । ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚି ପ୍ରଧାନ, ଅଶୋକ ପ୍ରଧାନ, ଅର୍ଜୁନ ଚରଣ ସାମନ୍ତରାୟ ପ୍ରମୁଖ ଏହି ପ୍ରତିନିଧି ଦଳରେ ରାୟପୁର ଗସ୍ତ କରିଛନ୍ତି । ମହାନଦୀ ବଞ୍ଚାଅ ଆନ୍ଦୋଳନ, ଛତିଶଗଡ଼ ନଦୀ ଘାଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ସହଯୋଗୀ ଆଦି ନଦୀ ଓ ଜଳକୁ ନେଇ ଜାତୀୟ ଓ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକ ଏହି ଗୋଲ ଟେବୁଲ ବୈଠକ ଆୟୋଜନ କରୁଛନ୍ତି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଷୋୟୀ ଗଣମାଧ୍ୟମକୁ କହିଛନ୍ତି । ମହାନଦୀ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଜୀବନରେଖା । ଓଡ଼ିଶାରେ ସମୁଦ୍ରକୁ ଭେଟିବା ପୂର୍ବରୁ ୯୦୦ କିଲୋମିଟର ବ୍ୟାପିଛି । ଏହି ନଦୀ ଭାରତର ଜଳବାୟୁକୁ ସନ୍ତୁଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ଉଭୟ ରାଜ୍ୟର ସଂସ୍କୃତି, ସାହିତ୍ୟ, ଅର୍ଥନୀତି, ପରିବେଶ ଏବଂ ସମୃଦ୍ଧତାକୁ ବଜାୟ ରଖିଛି । ମହାନାଦୀ ଅବବାହିକା ଏବେ ସଙ୍କଟର ସମ୍ମୁଖୀନ ହୋଇଛି । ବିଶେଷ କରି ଅଣ ମୌସୁମୀ ସମୟରେ ଜଳ ଉପଲବ୍ଧତା ହ୍ରାସ ପାଇଛି । ବ୍ୟାପକ ଶିଳ୍ପାୟନ ନଦୀର ଇକୋସିଷ୍ଟମକୁ କ୍ଷତି ପହଞ୍ଚାଇବା ସହ ସଙ୍କଟ ବଢ଼ାଇ ଦେଇଛି ।
ଦୀର୍ଘ ବର୍ଷ ଧରି ମହାନଦୀକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ବିବାଦ ଲାଗି ରହିଛି
ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ଗୋଲ ଟେବୁଲ ବୈଠକ ହେବ
ବୈଠକରେ ଅଧ୍ୟକ୍ଷତା କରିବେ ଜଳ ମାନବ ଡ. ରାଜେନ୍ଦ୍ର ସିଂହ
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଓଡ଼ିଶାରୁ ଯାଇଛି ଟିମ୍
ଟିମରେ ଅଛନ୍ତି ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚି ପ୍ରଧାନ, ଅଶୋକ ପ୍ରଧାନ, ଅର୍ଜୁନ ଚରଣ ସାମନ୍ତରାୟ
ବୈଠକ ପରେ ୨୯ ରେ ଛତିଶଗଡ଼ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ
ଜଳ ବିବାଦରେ ସ୍ଥାୟୀ ସମାଧାନ ପାଇଁ ଉଭୟ ରାଜ୍ୟର ସାମୂହିକ ଭାବନା ଆବଶ୍ୟକ କରୁଛି
ଗୁରୁବାର ପୂର୍ବାହ୍ନ ୧୧ଟା ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ରାୟପୁରରେ ବୈଠକ ହେବ
ଏହି ଆଲୋଚନାର ନିଷ୍କର୍ଷ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଟ୍ରିବ୍ୟୁନାଲରେ ଦାଖଲ କରାଯିବ
ମହାନଦୀ ଅବବାହିକା ଏବେ ସଙ୍କଟର ସମ୍ମୁଖୀନ ହୋଇଛି
ବିଶେଷ କରି ଅଣ ମୌସୁମୀ ସମୟରେ ଜଳ ଉପଲବ୍ଧତା ହ୍ରାସ ପାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/28/mahanadi-2025-08-28-08-06-26.jpg)