କନକ ବ୍ୟୁରୋ : ଓଡ଼ିଶାରେ ମହାନଦୀ ଟ୍ରିବୁନାଲ ଟିମ୍ , ଜଳ ବିବାଦର ଚାଲିଛି ସମାଧାନ ଖୋଜା । ଆଜି ସମ୍ବଲପୁରରେ ମା ସମଲେଇଙ୍କ ଦର୍ଶନ ପରେ ଝାରସୁଗୁଡ଼ା ଯିବ ଟିମ୍ । ସେପଟେ ଟ୍ରିବ୍ୟୁନାଲ ଗସ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି । ଆଜି ସମିତି ପକ୍ଷରୁ କଟକ ଗଡଗଡିଆ ଘାଟରେ ୨ ଘଣ୍ଟିଆ ଧାରଣା ଦିଆଯିବ । ଟ୍ରିବ୍ୟୁନାଲ ଟିମ୍ ସହ ଛତିଶଗଡ ଓ ଓଡ଼ିଶାର ଜଳ ସମ୍ପଦ ଅଧିକାରୀଙ୍କ ବୈଠକରେ ମହାନଦୀ ଜଳ ବିବାଦର ଇତିହାସ ଓ ଆଗାମୀ ଭବିଷ୍ୟତ ନେଇ ଆଲୋଚନା ହୋଇଛି ।
ଅଧିକ ପଢନ୍ତୁ : ୫ ଦିନିଆ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ,ଟ୍ରିବ୍ୟୁନାଲ ଗସ୍ତକୁ ନେଇ ବଢୁଛି ଆଶା
ଟ୍ରିବ୍ୟୁନାଲ ଟିମ୍ ହୀରାକୁଦ ମୁଖ୍ୟ ଡ୍ୟାମ ସହ ଲେଫ୍ଟ ସ୍ପିଲ ୱେ, ଜବାହର ଉଦ୍ୟାନ, ବୁର୍ଲା ପାୱାର ହାଉସ ପରିଦର୍ଶନ ସହ ସ୍ଥିତି ପରଖିଛନ୍ତି । ଆପୋସ ଆଲୋଚନାରେ ହିଁ ବିବାଦର ସମାଧାନ ହେବ ଓ ଓଡ଼ିଶା ହକ୍ ପାଇବ ବୋଲି ଆଶ୍ବସ୍ତ କରିଛନ୍ତି ଏଜି । ମହାନଦୀ ଜବବିବାଦ ସମାଧାନକୁ ନେଇ ଉଭୟ ଶାସକ ଓ ବିରୋଧୀ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ପୂର୍ବ ସରକାର ମୁଣ୍ଡରେ ସବୁ ଦୋଷ ଠେଲିଦେଇ ବିଜେପି କହିଛି, ସମାଧାନର ରାସ୍ତା ଆମେ ଖୋଜୁଛୁ । ଅନ୍ୟପଟେ ବିଜେଡି କହିଛି, ଟ୍ରିପଲ ଇଞ୍ଜିନ ସରକାର ତ ଅଛି, ମହାନଦୀକୁ ନ୍ୟାୟ ଦେବାରେ ଅସୁବିଧା କେଉଁଠି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/28/tribunal-team-2026-02-28-08-06-57.jpg)