ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟା ପାଣି: ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୫୪ହଜାର କ୍ୟୁସେକ୍ ଟପିଲା ପାଣି

ମୁଣ୍ଡୁଳିଠାରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ପାଣି ଟପିଲାଣି । ଯାହାଫଳରେ ମହାନଦୀ ଏବଂ ଏହାର ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସୂଚନା ଅନୁସାରେ ଗତକାଲି ମୁଣ୍ଡଳିଠାରେ ୧ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା ।

39

Photograph: (KANAK NEWS)

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳିଠାରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ପାଣି ଟପିଲାଣି । ଯାହାଫଳରେ ମହାନଦୀ ଏବଂ ଏହାର ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସୂଚନା ଅନୁସାରେ ଗତକାଲି ମୁଣ୍ଡଳିଠାରେ ୧ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ହେଲେ ଆଜି ଜଳସ୍ତର ଅପେକ୍ଷାକୃତ ବଢିବାରେ ଲାଗିଚି। ଏବେବି ତଳ ମୁଣ୍ଡରେ ବର୍ଷ ଜାରି ରହିଛି । ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମହାନଦୀର ଜଳସ୍ତର ବଢିଥିବାବେଳେ ତଳିଆ ଅଞ୍ଚଳରେ ବନ୍ୟା ଭୟ ବଢ଼ିଛି । ବାଙ୍କୀରେ ମହାନଦୀ ଉଛୁଳିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe