ନୂଆରୁପରେ ଝଲସିବ ସମ୍ୱଲପୁର ମହାନଦୀ କୂଳ। ମହାନଦୀ ଆଳତୀ ଦେଖିବେ ଶ୍ରଦ୍ଧାଳୁ ।

Advertisment

ସମଲେଇ ପୀଠରେ ଝଲସିବ ସଂସ୍କୃତିର ଝଲକ । ମହାନଦୀ କୂଳରେ ବନ୍ଦ ଥିବା ଆଳତି ପୁଣି ଆରମ୍ଭ ହେବାକୁ ଯାଉଛି । ସମଲେଇ ପ୍ରକଳ୍ପ ଅଧୀନ ମହାନଦୀ ଘାଟରେ ନୂଆବର୍ଷରେ ସବୁ ସନ୍ଧ୍ୟାରେ ନୂଆରୂପରେ ଆଳତୀ ପାଇଁ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।

ସମଲେଇ ପୀଠରେ ଝଲସିବ ସଂସ୍କୃତିର ଝଲକ । ମହାନଦୀ କୂଳରେ ବନ୍ଦ ଥିବା ଆଳତି ପୁଣି ଆରମ୍ଭ ହେବାକୁ ଯାଉଛି । ସମଲେଇ ପ୍ରକଳ୍ପ ଅଧୀନ ମହାନଦୀ ଘାଟରେ ନୂଆବର୍ଷରେ ସବୁ ସନ୍ଧ୍ୟାରେ ନୂଆରୂପରେ ଆଳତୀ ପାଇଁ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।

vlcsnap-2024-12-30-19h03m52s117

vlcsnap-2024-12-30-19h03m52s117 Photograph: (vlcsnap-2024-12-30-19h03m52s117)

କନକ ବ୍ୟୁରୋ: ନୂଆବର୍ଷରେ ନୂଆରୁପରେ ଝଲସିବ ସମ୍ୱଲପୁର ମହାନଦୀ କୂଳ।  ବନ୍ଦ ଥିବା ମହାନଦୀ ଆଳତି ପୁଣି ଆରମ୍ଭ ହେବ। ପୁଣି ଅନୁଭଵ ହେବ ଦିବ୍ୟ ପରିବେଶ। ମାଆ ସମଲେଇଙ୍କ ମାହାତ୍ମ୍ୟ  ପର୍ୟ୍ୟଟକ ଜାଣିବେ। ନୂଆବର୍ଷରେ ସମଲେଇ ପ୍ରକଳ୍ପ ଅଧୀନରେ ମହାନଦୀ ଆଳତି କରାଯିବ ।

ମହାନଦୀ ଘାଟରେ ମହାଆଳତି । ସମଲେଇ ପୀଠରେ ଝଲସିବ ସଂସ୍କୃତିର ଝଲକ। ମହାନଦୀ କୂଳରେ ବନ୍ଦ ଥିବା ଆଳତି ପୁଣି ଆରମ୍ଭ ହେବାକୁ ଯାଉଛି। ସମଲେଇ ପ୍ରକଳ୍ପ ଅଧୀନ ମହାନଦୀ ଘାଟରେ ନୂଆବର୍ଷରେ ସବୁ ସନ୍ଧ୍ୟାରେ ନୂଆରୂପରେ ଆଳତୀ ପାଇଁ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଘଣ୍ଟଘଣ୍ଟାରେ ଝଙ୍କୁରିତ ହେବ ମହାନଦୀ କୂଳ। ଏନେଇ ସବୁ ପ୍ରସ୍ତୁତି ସରିଥିବା ବେଳେ ପୂଜକଙ୍କୁ ମଧ୍ୟ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି ।

ଏଥର ମହାନଦୀ ଆଳତି ସମୟରେ ସମ୍ବଲପୁରୀ ଭାଷାରେ ସମଲେଇ ଭଜନ ବାଜିବ। ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ମହାନଦୀ ବନ୍ଦନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ଆୟୋଜନ ଦ୍ୱାରା ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ପର୍ୟ୍ୟଟନର ବିକାଶ  ହୋଇପାରିବ ବୋଲି ଆଶା କରାଯାଇଛି । ପୁଣି ମହାନଦୀ ଆଳତୀ ଆରମ୍ଭ ନେଇ ସୂଚନା ମିଳିବା ପରେ ସମ୍ବଲପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe