କନକ ବ୍ୟୁରୋ : ପ୍ରଥମ ଥର ପଞ୍ଚତାରକା ହୋଟେଲରେ ଖାଇଲେ ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସା । ନିଜ ପରିବାର ସହ ପଞ୍ଚତାରକା ହୋଟେଲରେ ଖାଇଲେ ମୋନାଲସା। ପ୍ରୟଗାରାଜ ସଙ୍ଗମ କୂଳରେ ଲାଗିଥିବା ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ଝିଅ ମୋନାଲିସା  ଭାଗ୍ୟ ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି । କେତେବେଳେ ଫ୍ଲାଇଟ୍‌ରେ ଯିବାର ଫଟୋ ଭାଇରାଲ ହେଉଛି ତ ଆଉ କେତେବେଳେ  ଫାଇଭ୍‌ ଷ୍ଟାର ହୋଟେଲରେ ଖାଇବାର ଫଟୋ ଭାଇରାଲ ହେଉଛି। ମହାକୁମ୍ଭରେ ମାଳ ବିକ୍ରି କରୁଥିବା ମୋନାଲିସାଙ୍କ ସୁନ୍ଦର ଆଖି ଦେଖି ସମସ୍ତେ ମୋହିତ ହୋଇଥିଲେ। ତାଙ୍କର ଭିଡିଓ କରିବାଠୁ ନେଇ ରିଲ କରିବା ସେଲଫି ନେବା ପାଇଁ ମୋନାଲିସାଙ୍କ ପାଖେ ଲାଗିଥିଲା ଗହଳି ।  

Advertisment

ଯାହାଦ୍ବାରା ଭାଇରାଲ ହୋଇଥିଲେ ମୋନାଲିସା । ଏମିତିକି ବଲିଉଡ୍‌ ରୁ ଅଫର ମଧ୍ୟ  ଆସିଲା ମୋନାଲିସାଙ୍କୁ ଫିଲ୍ମ କରିବା ପାଇଁ ।  ଆଉ ଖୁବ୍ ଶୀଘ୍ର ମଧ୍ୟ ମୋନାଲିସା ଫିଳ୍ମ ରେ ନଜର ଆସିବେ । ଏହି ନିକଟରେ ମୋନାଲିଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଅଭିନୟର ଟ୍ରେନିଂ ନେଉଛନ୍ତି। ସେହିପରି ଆଉ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କର ପରିବାର ସହ ଏକ ଫାଇଭ୍‌ ଷ୍ଟାର ହୋଟେଲରେ ଖାଉଥିବାର ଦେଖାଯାଇଛି । ଏହି ଫଟୋରେ ଫିଲ୍ମର ଡାଇରେକ୍ଟର ମଧ୍ୟ ନଜର ଆସିଛନ୍ତି । ଫଟୋରେ ନଜର ଆସିଥିବା ଡାଇରେକ୍ଟର ମୋନାଲିସାଙ୍କୁ ଫିଲ୍ମର ଅଫର ଦେଇଥିଲେ ।

ସୂଚନାମୁତାବକ,  ମହାକୁମ୍ଭରେ ଭାଇରାଲ ହେବା ପରେ ମୋନାଲିସାଙ୍କୁ ଡାଇରେକ୍ଟର ମନୋଜ ମିଶ୍ର ଫିଲ୍ମ ପାଇଁ ଅଫରୂ ଦେଇଥିଲେ । ଫିଲ୍ମ ପାଇଁ ପୁରା ଦମ୍‌ ରେ ମଧ୍ୟ  ଲାଗିପଡିଛନ୍ତି  ମୋନାଲିସା । ସୁଟିଂ କରିବା ଲାଇଭ ଭିଡିଓ ମଧ୍ୟ ଭାଇରାଲ  ହେବାର ଲାଗିଛି । ମନୋଜ  ମିଶ୍ର ଦ ଡାଏରୀ ଅଫ୍‌ ମନିପୁର  ଫିଲ୍ମ ପାଇଁ ମୋନାଲିସାଙ୍କୁ ସାଇନ୍‌ କରିଛନ୍ତି । ଡାଇରେକ୍ଟର  ନିଜେ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ଅନୁରୋଧ କରିଥିଲେ ଆଉ କହିଥିଲେ  ଫିଲ୍ମରେ  ଆପଣଙ୍କ ଝିଅଙ୍କୁ ନେବାକୁ ଚାହୁଁଛୁ । ତେବେ ସୂଚନାମୁତାବକ, ଫିଲ୍ମରେ ମୋନାଲିସାଙ୍କ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ଝିଅ  ଭୁମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମର  ସୁଟିଂ ଖୁବ୍‌ ଶୀଘ୍ର ନର୍ଥ ଇଷ୍ଟ ରେ ଆରମ୍ଭ  ହେବ। ତେବେ ଚଳିତ ବର୍ଷ ଫିଲ୍ମ ରିଲିଜ୍‌  ହେବା ନେଇ ପ୍ରସ୍ତୁତି ଚାଲିଛି ।