କନକ ବ୍ୟୁରୋ: ମହାକୁମ୍ଭ ଦଳଚକଟା ଘଟଣାରେ ଆଜି ଘଟଣାସ୍ଥଳରେ ପହଁଚିବେ ବିଚାର ବିଭାଗୀୟ ତଦନ୍ତ ଟିମ । ୩ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଟିମରେ ରହିଛନ୍ତି ପୂର୍ବତନ ବିଚାରପତି ଜଷ୍ଟିସ ହର୍ଷ କୁମାର, ଆଇପିଏସ ଅଧିକାରୀ ବିକେ ଗୁପ୍ତା ଓ ଆଇଏଏସ ଅଧିକାରୀ ବିକେ ସିଂ । କମିଟି ଗଠନ ପରେ ତଦନ୍ତ ପ୍ରକିୟା ତ୍ବରାନିତ୍ବ କରାଯିବା ସହ ଆଜି ସଦସ୍ୟାମାନ ସେହି ସ୍ଥାନରେ ପହଁଚିବେ ଯେଉଁଠି ମୌନୀ ଅମାବାସ୍ୟା ଦିନ ବଡ ଧରଣର ଦଳାଚକଟା ଘଟିଥିଲା । କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା, ଏହାର ଯାଞ୍ଚ କରିବ ଟିମ । ତେବେ ଏକମାସ ଭିତରେ ରିପୋର୍ଟ ପ୍ରଦାନ କରିବେ ଟିମ । ଅନ୍ୟପଟେ ମହାକୁମ୍ଭ ମେଳାରେ ପୁଣି ଥରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ସତର୍କ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର ।ଏପରିକି ଭିଆଇପି ପ୍ରୋଟୋକଲକୁ ହଟାଇବା ସହ ଯାନବାହାନ ଚଳାଚଳ ଉପରେ ମଧ୍ୟ ଅଧିକ ଶକ୍ତ କରାଯାଇଛି । ରବିବାର ମହାକୁମ୍ଭରେ ତୃତୀୟ ସାହି ସ୍ନାନ । ଏହାକୁ ଦୃଷ୍ଟିରେ ରଖି ୧,୨ ଓ ୩ ତାରିଖରେ ଯାନବାହାନ ପ୍ରବେଶ କଟକଣା ରହିଛି । ଆଜି ମହାକୁମ୍ଭ ମେଳା ୧୯ଦିନରେ ପହଁଚିଛି । ଏବେ ସୁଦ୍ଧା ୩୦କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । ସେପଟେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାଗରାଜ ଗସ୍ତ ବାତିଲ ହୋଇପାରେ । ଫେବ୍ରୁଆରୀ ୫ ତାରି୍ଖରେ ମୋଦି ତ୍ରିବେଣୀ ସଙ୍ଗମ ଯିବା କାର୍ୟ୍ୟକ୍ରମ ରହିଛି ।ତେବେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନି ।
ମହାକୁମ୍ଭ ଅଘଟଣ: ୩୦ ଦିନରେ ରିପୋର୍ଟ ଦିଅ
-ଘଟଣାସ୍ଥଳରେ ଆଜି ପହଁଚିବେ ନ୍ୟାୟିକ ଯାଞ୍ଚ କମିଟି
-୩ଜଣ ସଦସ୍ୟଙ୍କୁ ନେଇ ଟିମ ଗଠନ କରାଯାଇଛି
-ଯେଉଁଥିରେ ଜଣେ ହାଇକୋର୍ଟର ପୂର୍ବତନ ବିଚାରପତି, ଜଣେ ଆଇପିଏସ ଅଧିକାରୀ,ଜଣେ ଆଇଏଏସ ଅଧିକାରୀ ଅଛନ୍ତି
-ଘଟଣା ବାବଦରେ ରିପୋର୍ଟ ୩୦ଦିନରେ ଦେବାକୁ ନିର୍ଦ୍ଦେଶ
-କେମିତି ଓ କାହିଁକି ଘଟିଲା ଦୁର୍ଘଟଣା ତଦନ୍ତ କରିବ ଟିମ
-ଯୋଗୀ ସରକାର ୩୦ ତାରିଖ ଟିମ ଗଠନ କରି ଯାଂଚ ପ୍ରକ୍ରିୟାକୁ ଅଧିକ ତ୍ବରାନିତ୍ବ କରିଛନ୍ତି
-ମୌନୀ ଅମାବାସ୍ୟା ଭୋରୁ ଦଳଚକଟା ଘଟଣାରେ ୩୦ରୁ ଅଧିକ ମୃତ ସୂଚନା
-୬୦ରୁ ଅଧିକ ଆହତ,ମୃତକଙ୍କ ପାଇଁ ୨୫ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର