ମହାକୁମ୍ଭ ଦଳାଚକଟା ଘଟଣା ; ଦୁର୍ଘଟଣା ନୁହେଁ ଷଡଯନ୍ତ୍ର ବୋଲି କହିଲା ତଦନ୍ତକାରୀ ଦଳ।

ମହାକୁମ୍ଭ ଦଳାଚକଟା ଘଟଣା।  ତଦନ୍ତରୁ ଷଡ଼ଯନ୍ତ୍ରର ଗନ୍ଧ ବାରିଲା ତଦନ୍ତକାରୀ ଦଳ । ଘଟଣା ପାଇଁ ଦାୟୀ ସନ୍ଦିଗ୍ଧଙ୍କୁ ଖୋଜୁଛି ଉତ୍ତରପ୍ରଦେଶର ଏସଟିଏଫ୍ ।

Stampede

Stampede Photograph: (kanakNews)

କନକ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭ ଦଳାଚକଟା ଘଟଣା, ଦୁର୍ଘଟଣା ନୁହେଁ, ଷଡଯନ୍ତ୍ର ! ପ୍ରୟାଗରାଜରେ ମହାକୁମ୍ଭ ଦଳାଚକଟା ଘଟଣାର ତଦନ୍ତରୁ ଏବେ ଷଡ଼ଯନ୍ତ୍ରର ଗନ୍ଧ ବାହାରୁଛି । ୟୁପି ଓ କେନ୍ଦ୍ର ସରକାରଙ୍କ ଏଜେନ୍ସି ଏହାକୁ ଦୁର୍ଘଟଣା ନୁହେଁ ବରଂ ଷଡ଼ଯନ୍ତ୍ର ଭାବେ ତଦନ୍ତ କରୁଛନ୍ତି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ୩୦ ଜଣଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। 

କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ବ୍ୟତୀତ ୟୁପି ଏଟିଏସ୍ ଓ ଏସ୍‌ଟିଏଫ୍‌ର ଟିମ୍ ଏହି ଘଟଣା ପାଇଁ ଦାୟୀ ଥିବା ଯୁବକଙ୍କୁ ଖୋଜୁଛନ୍ତି। ସିଏଏ-ଏନ୍‌ଆର୍‌ସି ବିକ୍ଷୋଭକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ୩ ଜଣିଆ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରିଛନ୍ତି। ମହାକୁମ୍ଭରେ ରାସ୍ତାକଡ଼ ଦୋକାନୀ, ପୂଜା ସାମଗ୍ରୀ ଓ ଚୁଡ଼ି ଆଦି ବିକ୍ରେତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ବର୍ତ୍ତମାନ  ମେଳା ଅଞ୍ଚଳରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଉଛି। ଏଡିଜି ଆଇନ ଶୃଙ୍ଖଳା ଓ ଏସ୍‌ଟିଏଫ୍‌ ଅମିତାଭ ୟଶ ପ୍ରୟାଗରାଜରେ କ୍ୟାମ୍ପ ପକାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe