ଶ୍ରଦ୍ଧାଳୁଙ୍କ ଉପରେ ହେବ ଫୁଲ ବର୍ଷା ; ମହାକୁମ୍ଭ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା. ୬ଥର ବୁଡ ପକାଇବେ ଶ୍ରଦ୍ଧାଳୁ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜିଠାରୁ ଆରମ୍ଭ ହେଉଛି ମହାକୁମ୍ଭ ମେଳା। ଗଙ୍ଗା , ଯମୁନା, ଓ କଳ୍ପିତ ସରସ୍ବତୀ ନଦୀଙ୍କ ସଙ୍ଗମ ସ୍ଥଳରେ ପହଞ୍ଚିଛନ୍ତି ଦେଶବିଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଏଥର ମହାକୁମ୍ଭ ମେଳାକୁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

ku

କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଜିଠାରୁ ଆରମ୍ଭ ହେଉଛି ମହାକୁମ୍ଭ ମେଳା। ଗଙ୍ଗା , ଯମୁନା, ଓ କଳ୍ପିତ ସରସ୍ବତୀ ନଦୀଙ୍କ ସଙ୍ଗମ ସ୍ଥଳରେ ପହଞ୍ଚିଛନ୍ତି ଦେଶବିଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଏଥର ମହାକୁମ୍ଭ ମେଳାକୁ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଆଜିଠୁ ଏଠାରେ ବୁଡ ପକାଇବା ଆରମ୍ଭ ହେଉଛି। ତେବେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। 

km-3

କୁମ୍ଭମେଳାକୁ ଖାସ୍ ବନାଇବାକୁ ଶ୍ରଦ୍ଧାଳୁଙ୍କ ଉପରେ ଆକାଶମାର୍ଗରୁ ଫୁଲ ବର୍ଷା କରାଯିବାର ବ୍ୟବସ୍ଥା ରହିଛି । ଉଦ୍ୟାନ ବିଭାଗ ପକ୍ଷରୁ ଗୋଲାପ ପାଖୁଡାକୁ ହେଲିକେପ୍ଟର ଜରିଆରେ ପୁରା ୪୦୦୦ ହେକ୍ଟର କ୍ଷେତ୍ରରେ ବର୍ଷା କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ୨୦ କ୍ବିଣ୍ଟାଲରୁ ଅଧିକ ଗୋଲାପ ଫୁଲର ବ୍ୟବସ୍ଥା କରାଯାଇଛି। 
ମହାକୁମ୍ଭ ମେଳାକୁ ଆକର୍ଷଣୀୟ କରିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟରର ବ୍ୟବସ୍ଥା ରହିଛି । ହେଲିକପ୍ଟରରେ ଯାଇ ସେମାନେ କୁମ୍ଭମେଳାର ଦୃଶ୍ୟ ଆକାଶ ମାର୍ଗରୁ ଦେଖିପାରିବେ। ହେଲିକପ୍ଟର ଭଡା ୩ହଜାରରୁ ୧୨୯୬ ଟଙ୍କାକୁ ହ୍ରାସ କରାଯାଇଛି । ୭ରୁ ୮ ମିନିଟର ହେଲିକପ୍ଟର ଉଡାଣ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହେଉଛି। 

hh

କେମିତି ବୁକ୍ କରିବେ ଟିକେଟ?

ହେଲିକପ୍ଟର ରାଇଡ କରିବାକୁ ଅନଲାଇନ୍ ବୁକିଂ କରିବାକୁ ପଡିବ । ଏଥିପାଇଁ ୱେବସାଇଟ୍ ହେଉଛି, www.upstdc.co.in । ଏହାସହ ଉତ୍ତରପ୍ରଦେଶ ସରକାର ମେଳାରେ ଜଳ ଓ ସାହାସିକ କ୍ରୀଡାର ବ୍ୟବସ୍ଥା କରିଛନ୍ତି। କେବଳ ଏତିକି ନୁହେଁ ମେଳାରେ ସାଂସ୍କୃତିକ କାର୍ୟ୍ୟକ୍ରମର ବ୍ୟବସ୍ଥା ରହିଛି। ଦେଶର ପ୍ରସିଦ୍ଧ କଳାକାର ଏଥିପାଇଁ ପ୍ରସ୍ତୁତି କରଛନ୍ତି । ଜାନୁଆରୀ ୧୬ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍ ଗଙ୍ଗା ପେଣ୍ଡାଲରେ ନିଜର ପ୍ରସ୍ତୁତି ଭେଟିଦେବେ  ଏବଂ ଅନ୍ୟ
 କଳାକାରମାନେ ମଧ୍ୟ  ଯୋଗଦେବେ। 
 km-2

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ମହାକୁମ୍ଭ ମେଳାରେ ୬ ଥର ବୁଡ ପକାଇବାକର ବିଧି ରହିଛି । ପ୍ରଥମ ବୁଡ ଆଜି, ଦ୍ବିତୀୟ ୧୪, ଏବଂ ଯଥାକ୍ରମେ ଜାନୁଆରୀ ୨୯, ଫେବୃଆରୀ ୨, ୧୨, ଓ ଶେଷ ବୁଡ ୨୬ ତାରିଖରେ ହେବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe