ଶ୍ରଦ୍ଧାଳୁଙ୍କ ଭିଡ଼ରେ ପଡୁଛି ଉଠୁଛି ପ୍ରୟାଗରାଜ ନଗରୀ । ମହାକୁମ୍ଭରେ ସଙ୍ଗମରେ ବୁଡ଼ ପକାଇବାକୁ ଭକ୍ତଙ୍କ ଲାଗିଛି ଗହଳି । ସଙ୍ଗମ ନଗରୀରେ ତପସ୍ୟା ଏବଂ କଳ୍ପବାସ ପାଇଁ ଦୂରଦୁରାନ୍ତରୁ ସାଧୁ-ସନ୍ଥ ଏବଂ ଭକ୍ତ ମହାକୁମ୍ଭରେ ପହଂଚୁଛନ୍ତି । ଟେଣ୍ଟ୍ ଏବଂ ପଣ୍ଡାଲ୍ ଲଗାଇ ଏହି ସାଧୁ ପ୍ରୟାଗରାଜ ଶିବିରରେ ବସବାସ କରୁଛନ୍ତି ।
/kanak/media/media_files/2025/01/18/XGVfQoNHHtTpJfquEHx2.png)
ଲୋକାରଣ୍ୟ ଭିଡ଼ ଭିତରେ ଆକାଶମାର୍ଗରୁ ଏବେ ପ୍ରୟାଗରାଜର ଡ୍ରୋନ୍ ଦୃଶ୍ୟ ସାମ୍ନାକୁ ଆସୁଛି । ଯେଉଁଥିରେ ସଙ୍ଗମ ତଟର ଉଭୟ ଦିନ ଏବଂ ରାତିର ଦୃଶ୍ୟ ଅତି ମନୋରମ ଦିଶୁଛି ।
/kanak/media/media_files/2025/01/18/Jnc4eA9NfsetMt63Hedx.png)
ପ୍ରୟାଗରାଜରେ ଗଙ୍ଗା , ଯମୁନା ଏବଂ ସରସ୍ବତୀ ୩ ପବିତ୍ର ନଦୀର ସଙ୍ଗମ ହୋଇଥିବାରୁ ଏହାକୁ ସଙ୍ଗମ ନଗରୀ ବୋଲି କୁହାଯାଏ । ସଙ୍ଗମ ତଟ ଉପର ଆକାଶମାର୍ଗରୁ ଫଟୋ ଏବଂ ଭିଡ଼ିଓ ନିଆଯାଇଥିବାରୁ ଅନେକ ଟେଣ୍ଟ୍ ଏବଂ ଶିବିର ଦୃଶ୍ୟମାନ ହେଉଛି ।
/kanak/media/media_files/2025/01/18/yK03bMqPwpswpdxHYIJy.png)
ଆସ୍ଥାର କିରଣରେ ଝଲସୁଥିବା ମହାକୁମ୍ଭ ନଗରର ଅଦ୍ଭୁତ ରାତ୍ରି ଦୃଶ୍ୟ ଧର୍ମ , ସଂସ୍କୃତି ଏବଂ ପରମ୍ପରାର ମହାସଙ୍ଗମକୁ ଉଜ୍ଜିବିତ କରୁଛି । ଆପଣ ମଧ୍ୟ ଦେଖନ୍ତୁ ମହାକୁମ୍ଭମେଳାର କିଛି ଚିତ୍ତାକର୍ଷକ ଦୃଶ୍ୟ ।
/kanak/media/media_files/2025/01/18/ebzeyyEb6itY6ihDIuU9.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/18/kT4wi4l0Ie2sgE8aQFKs.png)