ସିଏମ ଯୋଗୀଙ୍କ ବଡ ଘୋଷଣା । ସଫେଇ କର୍ମଚାରୀଙ୍କୁ  ୧୦ ହଜାର ବୋନସ  ।

ସିଏମ ଯୋଗୀଙ୍କ ବଡ ଘୋଷଣା । ପ୍ରୟାଗରାଜରେ ସଫେଇ କର୍ମଚାରୀଙ୍କୁ ମିଳିବ ଟଙ୍କା ।

ସିଏମ ଯୋଗୀଙ୍କ ବଡ ଘୋଷଣା ।

ସିଏମ ଯୋଗୀଙ୍କ ବଡ ଘୋଷଣା । Photograph: (kanakNews)

କନକ ବ୍ୟୁରୋ :ବିଶ୍ବର ସବୁଠାରୁ ବଡ ଧାର୍ମୀକ ଏବଂ ଆଧ୍ୟାତ୍ମିକ ସମାଗମ ମହାକୁମ୍ଭର ଅନ୍ତିମ ସ୍ନାନ  ପର୍ବ  ମହା ଶିବରାତ୍ରୀ ସହ ଶେଷ ହୋଇଛି । ତେଣୁ ମହାକୁମ୍ଭର ଆଜି ଔପଚାରିକ ଭାବେ ସମାପନ ହେଉଛି । ଏହି ଅବସରରେ ସିଏମ ଯୋଗୀ ପ୍ରୟାଗରାଜରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚି ଗଙ୍ଗାର ଅରୈଲ ଘାଟ  ସଫା କରୁଥିବାର ନଜର ଆସିଥିଲେ । ଏହା ପରେ ସିଏମ ଯୋଗୀ  ମହାକୁମ୍ଭରେ ଲୋକଙ୍କୁ ସେବା କରୁଥିବା ସଫେଇକର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ନାବିକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇକର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ମହାକୁମ୍ଭ ଲାଗିଥିବା ବେଳେ ପ୍ରତ୍ୟେକ ଦିନ କୋଟି କୋଟି ଲୋକ ଆସି ପହଞ୍ଚିଥାଆନ୍ତି । ଏତେ ବିଶାଳ  ସମାଗମ  ବିଶ୍ବ ମଧ୍ୟରେ କେଉଁଠି ବି କେବେ ବି ହୋଇନଥିଲା । ୬୬ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ସମାଗମ ହେବା ଏବଂ  କିଛି ଭି ପ୍ରକାରର ଅପହରଣ ମାମଲା, ଲୁଟ୍‌ ଘଟଣା, ହଇରାଣ ହରକତ ଘଟଣା ପରି ଘଟଣା ଘଟିନାହିଁ। ଆମେ ପ୍ରାଥମିକତା କୁ ଧ୍ୟାନରେ ରଖି ଥିଲୁ । ଏବଂ ଶ୍ରଦ୍ଧାଳୁଙ୍କ ସୁବିଧାକୁ ମଧ୍ୟନଜରରେ ରଖି ପ୍ରତ୍ୟେକ କାମ କରାଯାଇଛି ବୋଲି ଯୋଗୀ କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe