କନକ ବ୍ୟୁରୋ : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ସକାଳୁ ମହାଦୀପ ଉଠିବାର ଦୃଶ୍ୟ ଦେଖିବାକୁ ଲିଙ୍ଗରାଜଙ୍କ ପାଖରେ ବସିଥିବା ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଛି । ଭକ୍ତିମୟ ପରିବେଶ, ହର ହର ମହାଦେବ, ଜୟ ଶିବଶମ୍ଭୁ ନାରାରେ ଗଗନ ପବନ ପ୍ରକମ୍ପିତ ହେଉଛି । ଏହାରି ଭିତରେ ସେବାୟତମାନେ ଲିଙ୍ଗରାଜ ଚୁଡା ପର୍ୟ୍ୟନ୍ତ ବୋହି ନେଇଛନ୍ତି ମହାଦୀପକୁ । କଡା ସୁରକ୍ଷା ବ୍ୟବସ୍ଥା, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ମନ୍ଦିର ଚୁଡାକୁ ଯାଇଛି ।
ଅପେକ୍ଷାର ଘଟିଲା ଅନ୍ତ, ଭକ୍ତିମୟ ପରିବେଶ ଭିତରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
ଏହାରି ଭିତରେ ସେବାୟତମାନେ ଲିଙ୍ଗରାଜ ଚୁଡା ପର୍ୟ୍ୟନ୍ତ ବୋହି ନେଇଛନ୍ତି ମହାଦୀପକୁ । କଡା ସୁରକ୍ଷା ବ୍ୟବସ୍ଥା, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ମନ୍ଦିର ଚୁଡାକୁ ଯାଇଛି ।
/kanak/media/media_files/2025/02/26/fvODTHj78ZGagP12OjPP.jpg)