କନକ ବ୍ୟୁରୋ: ବିହାରୀଲାଲ ସ୍ପୋର୍ଟସ ଟ୍ରଷ୍ଟ୍ ପକ୍ଷରୁ ୨୭ତମ ଅନ୍ତଃକ୍ଲବ୍ ବିହାରୀଲାଲ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପୁରୀର ମହାବୀର କ୍ଲବ୍ ଓ ଭୁବନେଶ୍ବରର କିଶୋର କ୍ଲବ୍ ପ୍ରବେଶ କରିଛନ୍ତି । ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ମହାବୀର କ୍ଲବ୍ ୫ ରନ୍ରେ ଜାଗୃତି କ୍ଲବ୍କୁ ପରାସ୍ତ କରିଥିଲା । ମହାବୀର କ୍ଲବ୍ର ଅଲ୍ରାଉଣ୍ଡର ଚନ୍ଦନ ଜେନା (୪୮ ରନ୍, ୧ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଅନ୍ୟଏକ କ୍ବାର୍ଟରଫାଇନାଲ୍ରେ କିଶୋର କ୍ଲବ୍ ୧୧ ରନ୍ରେ ସହିଦ ସ୍ପୋର୍ଟିଂକୁ ହରାଇଛି । ବିଜୟୀ ଦଳର ସୁଶୀଲ କୁମାର ବାରିକ (୮୮ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଭେଟେରାନ୍ ବର୍ଗର ପ୍ରତିଯୋଗିତାରେ କିଶୋର କ୍ଲବ୍ ୨୮ ରନ୍ରେ ମହାବୀର କ୍ଲବ୍କୁ ଏବଂ ବିହାରୀଲାଲ ଦଳ ୮ ଓ୍ବିକେଟ୍ରେ ନିମାପଡ଼ା ଦଳକୁ ପରାସ୍ତ କରିଥିଲା । ଏହି ଦୁଇ ମ୍ୟାଚ୍ରେ ଯଥାକ୍ରମେ ସାର୍ଥକ ପ୍ରଧାନ (୧୩ ବଲ୍ରୁ ୪୩ ରନ୍) ଏବଂ ଦିବ୍ୟ ପଣ୍ଡା (୧୯ ବଲ୍ରୁ ୬୧ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।
ଏହା ବି ପଢ଼ନ୍ତୁ: ଭାରତକୁ ଅଡ଼ୁଆ ଅଫ୍-ସ୍ପିନ୍, ଟିମ୍ ପାଇଁ ଚିନ୍ତାର କାରଣ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/club-2026-02-20-22-20-36.jpg)