କନକ ବ୍ୟୁରୋ;  କୁନି ଛୁଆଟିକୁ ଧରି ବାହୁନି ବାହୁନି କାନ୍ଦୁଛି ମା’। କାଲି ଯିଏ କୋଳରେ ବସି ଖେଳୁଥିଲା ଆଜି ସେ ପୂରା ଚୁପଚାପ୍‌। ମା’ ଯେତେ ଡାକିଲେ ବି ସେ ଶୁଣୁନାହିଁ। ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ ଆଶିଷ। ରବିବାର ଦିନ ସ୍ୱାସ୍ଥ୍ୟ ବିଗିଡ଼ିବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ ପରିବାରଲୋକ। ବେଡ୍‌ ନଥିବାରୁ ପ୍ରାଥମିକ ଚିକିତ୍ସା କରି କିଛି ଔଷଧ ଦେଇ ଘରକୁ ଫେରାଇଦେଇଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁଣି ଆଶିଷକୁ ବିଳମ୍ୱିତ ରାତିରେ ଧରି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। କିଛି ସମୟ ପରେ ଆଶିଷ ପ୍ରାଣ ହରାଇଥିଲା । ଡାକ୍ତରଙ୍କ ଅବହେଳା ପାଇଁ ପୁଅର ଜୀବନ ଚାଲିଯାଇଥିବା ଆଶିଷଙ୍କ ମା’ ଅଭିଯୋଗ କରିଛନ୍ତି ।
 
 ଏହାପରେ ବଢ଼ିଥିଲା ଉତ୍ତେଜନା। ଡାକ୍ତରଙ୍କ ଚାମ୍ବର ବାହାରେ ପରିବାର ଲୋକେ ନ୍ୟାୟ ପାଇଁ ପ୍ରତିବାଦ କରିଥିଲେ ।  ମୃତ ଶିଶୁ ଆଶିଷଙ୍କ ବାପା ଅଟୋ ଡ୍ରାଇଭର ଥିବାରୁ ସାମିଲ ହୋଇଥିଲେ ସ୍ମାର୍ଟ ଅନଲାଇନ ଅଟୋ ସଂଘ। ପ୍ରତିବାଦ ଯୋଗୁଁ କ୍ୟାପିଟାଲ ହସ୍ପିଟାଲ ବାହାରେ କରିଥିଲେ ପ୍ରତିବାଦ। ରାସ୍ତାରୋକ ଯୋଗୁଁ କାମ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା । ଚାଳକଙ୍କୁ ଆନ୍ଦୋଳନରୁ ଉଠାଇବା ପରେ ଡାକ୍ତରଖାନାର ଜଣେ ସିକ୍ୟୁରିଟି ଗାର୍ଡ ଓ ଅଟୋ ଡ୍ରାଇଭର ମଧ୍ୟରେ ବଚସା ହୋଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । 
 
 ଏହି ଘଟଣାକୁ ନେଇ ଦିନ ତମାମ କ୍ୟାପିଟାଲ ହସ୍ପିଟାଲରେ ଲାଗିରହିଥିଲା ଉତ୍ତେଜନା । ପୁଲିସକୁ ନାକେଦମ ହେବାକୁ ପଡିଥିଲା । ତେବେ ପ୍ରକୃତରେ ଅବହେଳା ହୋଇଛି ନା ଏହା ସ୍ବାଭାବିକ ମୃତ୍ୟୁ? ସେନେଇ ତଦନ୍ତ କରୁଛି ସ୍ବତନ୍ତ୍ର ଦଳ । 
 

Advertisment