କନକ ବ୍ୟୁରୋ : ଚଳିତ ମହାକୁମ୍ଭରେ ଯୋଗଦେବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଏବେ ବି ପ୍ରୟାଗରାଜକୁ ଯାଉଥିବା ବେଳେ ଭୟଙ୍କର ଟ୍ରାଫିକ ଜାମ୍ ଯୋଗୁ ସହର ଅଚଳ ହୋଇପଡ଼ିଛି। ଶ୍ରଦ୍ଧାଳୁମାନେ ବୁଡ଼ ପକାଇବାକୁ ଭକ୍ତି ଭାବରେ ଧାଇଁ ଆସିଥିବା ବେଳେ ଠିକ୍ ସମୟରେ କିନ୍ତୁ ତ୍ରିବେଣୀ ସଂଗମରେ ପହଞ୍ଚି ପାରୁନାହାନ୍ତି। ଅତ୍ୟଧିକ ଭିଡ଼ ଯୋଗୁ ପ୍ରୟାଗରାଜ ସଂଗମ ରେଳ ଷ୍ଟେସନକୁ ମଧ୍ୟ ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏଭଳି ଅବ୍ୟବସ୍ଥା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ କହିଛନ୍ତି, ‘‘ଟ୍ରାଫିକ୍ ଜାମ୍‌ରେ ଫସି ରହିଥିବା ଭୋକିଲା, ଶୋଷିଲା, ଯନ୍ତ୍ରଣାଗ୍ରସ୍ତ ଓ କ୍ଳାନ୍ତ ତୀର୍ଥଯାତ୍ରୀଙ୍କୁ ମାନବିକ ଦୃଷ୍ଟିକୋଣରୁ ଦେଖିବା ଉଚିତ ।

Advertisment

ସାଧାରଣ ଭକ୍ତମାନେ କ’ଣ ମଣିଷ ନୁହଁନ୍ତି?"ରବିବାର ଦିନ, ତୀର୍ଥଯାତ୍ରୀଙ୍କ ସୁବ୍ୟବସ୍ଥିତ ଯାତ୍ରା ପାଇଁ ପୁଲିସ ବ୍ୟାରିକେଡ୍ ଲଗାଇବା ସମୟରେ ଶହ ଶହ ଯାନବାହନ ସଂଗମ ରାସ୍ତାରେ ଧାଡ଼ିରେ ଠିଆ ହୋଇ କଇଁଛ ଗତିରେ ଯାଉଥିବାର ଦେଖାଯାଇଥିଲା। ରାସ୍ତାଟି ସିଭିଲ୍ ଲାଇନ୍ସକୁ ସଂଯୋଗ କରେ।ମଧ୍ୟପ୍ରଦେଶର ମୈହାର ପୁଲିସ କହିଛି ଯେ "ପ୍ରୟାଗରାଜ ଆଡକୁ ଯିବା ଅସମ୍ଭବ। କାରଣ ସେଠାରେ ୨୦୦-୩୦୦ କିଲୋମିଟର ଟ୍ରାଫିକ ଜାମ୍ ଅଛି"।୧୩ ତାରିଖରେ ମହାକୁମ୍ଭ ଆରମ୍ଭ ହେବା ପରଠାରୁ, ୪୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ।