କନକ ବ୍ୟୁରୋ : ୩୨ ବର୍ଷ ହେବ ଗାଧେଇନାହାଁନ୍ତି ବାବା । ମହାକୁମ୍ଭ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଛୋଟୁ ବାବା । ପ୍ରୟାଗରାଜରେ ଯୋଗ ଦେବା ପାଇଁ ଦୂରଦୂରାନ୍ତରୁ ଆସି ପହଞ୍ଚୁଛନ୍ତି ଅନେକ ବାବା । ଏହି ସାଧୁସନ୍ଥଙ୍କ ମଧ୍ୟରେ ମେଳାରେ  ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି  ଛୋଟୁ ବାବା ।

Advertisment
baba
baba

 ଆସାମର  କାମାକ୍ଷା ପୀଠରୁ ଆସିଥିବା ୫୭ ବର୍ଷୀୟ ଗଙ୍ଗାପୁରୀ ମହାରାଜ ଯାହାଙ୍କୁ ଛୋଟୁ ବାବା  ବୋଲି  କୁହାଯାଉଛି । ତେବେ ଏହି ବାବା ଜଣଙ୍କ ମେଳା ରେ ସମସ୍ତଙ୍କୁ ଦାବି କରି କହିଛନ୍ତି ଯେ ସେ ୩୨ ବର୍ଷ ହେବ ଗାଧେଇନାହାଁନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ସଙ୍ଗମ ସ୍ଥଳରେ ଛୋଟୁ ବାବା ମଧ୍ୟ ନିଜର କ୍ୟାମ୍ପ ଲଗାଇ ଦେଇଛନ୍ତି । କୁମ୍ଭ ମେଳାକୁ ଆସୁଥିବା ଶ୍ରଦ୍ଧାଳୁ ତାଙ୍କ କ୍ୟାମ୍ପକୁ ଯାଇ ତାଙ୍କୁ ସାକ୍ଷାତ କରୁଛନ୍ତି ଏବଂ ଆଶିର୍ବାଦ ନେଉଛନ୍ତି । ତେବେ ବାବାଙ୍କ  ଉଚ୍ଚତା ୩ ଫୁଟ  ୮ ଇଞ୍ଚି ।  ଯେଉଁଥିପାଇଁ  ତାଙ୍କୁ ଛୋଟୁ ବାବା କୁହାଯାଉଛି । 

chhotu baba

ବାବା ଙ୍କ କହିବାନୁଯାୟୀ ୩୨ ବର୍ଷ ହେବ ମୁଁ ଗାଧୋଇନାହିଁ । କାରଣ ପଚାରିବାରୁ ବାବା କହିଥିଲେ, ମୋର ଏକ ମନସ୍କାମନା ଏଯାଏଁ  ପୁରଣ ହୋଇନି ।  ଏଥିସହିତ ସେ ଆହୁରି କହିଛନ୍ତି ମୁଁ ମହାକୁମ୍ଭରେ ସାମିଲ ହୋଇ  ବହୁତ ଖୁସି କିନ୍ତୁ ଗଙ୍ଗାରେ  ସ୍ନାନ କରିବି ନାହିଁ । ତେବେ ୨୬ ଫେବୃଆରୀ ଯାଏ ଚାଲିବ ଏହି ମହାକୁମ୍ଭ । ଏଥିରୁ ୧୪ ଜାନୁଆରୀ, ୨୯ ଜାନୁଆରୀ ଏବଂ ୩ ଫେବୃଆରୀରେ  ମୁଖ୍ୟ ସ୍ନାନ  ତିଥିମାନ ନିର୍ଦ୍ଧାରିତ କରାଯାଇଛି ।