କନକ ବ୍ୟୁରୋ: ଜାନୁଆରୀ ୧୩ରୁ ସଙ୍ଗମ ନଗରୀ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ । ମହାକୁମ୍ଭରେ ସାମିଲ ହେବା ପାଇଁ ଦେଶ ସାରା ସାଧୁ ସନ୍ଥ ଆସି ପହଞ୍ଚୁଛନ୍ତି । କିନ୍ତୁ ହରିୟାଣାରୁ ଆସିଥିବା ଆବାହନ ଅଖାଡେର ସନ୍ଥ ଗୀତାନନ୍ଦ ଜୀ ମହାରାଜ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମୁଖ୍ୟଆକାର୍ଷଣର କେନ୍ଦ୍ର ସାଜିଛନ୍ତି । ଗୀତାନନ୍ଦ ମାହରାଜ ନିଜ ମୁଣ୍ଡରେ ଅଢେଇ ଲକ୍ଷର ରୁଦ୍ରାକ୍ଷ ଧାରଣ କରିଛନ୍ତି । ଅଢେଇ ଲକ୍ଷ ରୁଦ୍ରାକ୍ଷରେ ପ୍ରସ୍ତୁତ ହୋଇଥିବା ଅଢେଇ ହଜାର ମାଳକୁ ଶିବଲିଙ୍ଗ ଆକୃତିର ପ୍ରସ୍ତୁତ କରି ତାକୁ ନିଜ ମୁଣ୍ଡରେ ଉପରେ ରଖିଛନ୍ତି। ତେବେ ମୁଣ୍ଡ ଉପରେ ରଖିଥିବା ରୁଦ୍ରାକ୍ଷର ଓଜନ ପାଖାପାଖି ୪୫ କିଲୋ ହେବ। ।
ଏହା ବାଦ୍ ଗୀତାନନ୍ଦ ମହାରଜ ଶରୀରରେ ରୁଦ୍ରାକ୍ଷର କବଚ ଧାରଣ କରିଛନ୍ତି । ମୁଣ୍ଡରୁ ପେଟ ଯାଏଁ ଅଢେଇ ଲକ୍ଷର ରୁଦ୍ରାକ୍ଷ ଧାରଣ କରିଥିବା କାରଣରୁ ଲୋକେ ତାଙ୍କୁ ରୁଦ୍ରାକ୍ଷ ବାଲା ବାବା ନାମରେ ଜାଣିଛନ୍ତି। ପ୍ରୟାଗରାଜ ମହାକୁମ୍ଭ ରାସ୍ତାକୁ ଯେତେବେଳେ ଏହି ବାବା ବାହାରୁଛନ୍ତି ତାଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ସହ ସେଲଫି ନେବା ପାଇଁ ଭିଡ ଲାଗୁଛି।