ପବିତ୍ର ଭୂମି ପ୍ରୟାଗରାଜରେ ମହାକୁମ୍ଭକୁ ନେଇ ଭବ୍ୟ ଆୟୋଜନ ଚାଲିଛି । ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ସଙ୍ଗମ ନଗରୀକୁ ଆସି ଆସ୍ଥାର ବୁଡ଼ ପକାଉଛନ୍ତି । ଆଧ୍ୟାତ୍ମିକ ଏବଂ ଭକ୍ତିଭାବର ନିଆରା ଯୁଗଳବନ୍ଦୀର ସାଖି ହୋଇଛି ମହାକୁମ୍ଭମେଳା । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ସାଧୁ-ସନ୍ଥଙ୍କ ଟେଣ୍ଟରେ ଆଶ୍ରୟ ନେଉଛନ୍ତି ଶ୍ରଦ୍ଧାଳୁ । ଅନ୍ୟପକ୍ଷରେ ମାନବ ଧର୍ମ ନାମରେ ଖୋଲିଥିବା ଶିବିର ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କୁ ଭୋଜନ କରାଇବାର ଦାୟିତ୍ବ ନେଇଛି । ଏଥିପାଇଁ ଶିବିରରେ ଆଧୁନିକ ପାକଶାଳା ମଧ୍ୟ ତିଆରି କରାଯାଇଛି । ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ପେଟପୁରା ଖାଇବାକୁ ପାଉଛନ୍ତି । 

Advertisment
mahakumbh
mahakumbh Photograph: (google)

ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ଏହି ମାନବଧର୍ମ ଶିବିରରେ ସାତ୍ତ୍ବିକ ଭୋଜନର ବ୍ୟବସ୍ଥା କରାଯାଉଛି । ଯେଉଁଠାରେ ଏକଲକ୍ଷ ଭକ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଉଥିଲେ ହେଁ ଲକ୍ଷେରୁ ଅଧିକ ସଂଖ୍ୟକ ଲୋକ ମଧ୍ୟ ଖାଇବା ପାଇଁ ବ୍ୟବସ୍ଥା ରହିଛି । ଶିବିର ପାକଶାଳାରେ ପରିଷ୍କାର , ଶୁଦ୍ଧ ଭୋଜନ ପ୍ରସ୍ତୁତ ପାଇଁ ସବୁ ପ୍ରକାର ଦିଗ ଉପରେ ଧ୍ୟାନ ଦିଆଯାଉଛି । ରୁଟି , ତରକାରୀ ଏବଂ ଭାତ ତିଆରି କରିବା ପାଇଁ ଶିବିରରେ ଅତ୍ୟାଧୁନିକ ମେସିନ୍ ମଧ୍ୟ ଲାଗିଛି । ଖାଦ୍ୟ ପ୍ରସ୍ତୁତ କରିବା ଏବଂ ପରଷିବା ପାଇଁ ଭିନ୍ନ ଭିନ୍ନ ଲୋକ ମଧ୍ୟ ରହିଛନ୍ତି । 

Food
Food Photograph: (google)

ଘଣ୍ଟାଏରେ ପ୍ରସ୍ତୁତ ହୁଏ ୨ ହଜାର ରୁଟି 

ମାନବ ଧର୍ମ ଶିବିରର ସଦସ୍ୟ କୁହନ୍ତି ଏଠାରେ ଏକ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଏ କିନ୍ତୁ ୫୦ ରୁ ୧୦୦ ଅଧିକ ଲୋକଙ୍କ ଖାଇବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଭୋଜନ ଥାଏ । ଏତେ ଅଧିକ ସଂଖ୍ୟାରେ ଲୋକଙ୍କ ଭୋଜନ ମଣିଷ ପକ୍ଷେ ପ୍ରସ୍ତୁତ କରିବା ସମ୍ଭବ ନୁହେଁ ତେଣୁ ଅତ୍ୟାଧୁନିକ ମେସିନ୍ ତିଆରି କରୁଛି ଖାଦ୍ୟ । ମାତ୍ର ଘଣ୍ଟାଏରେ ପ୍ରସ୍ତୁତ ହେଉଛି ୨ ହଜାର ରୁଟି ଏବଂ ପୁରୀ । ପରିବା କାଟିବା ଏବଂ ତରକାରୀ ପ୍ରସ୍ତୁତ କରିବା ପାଇଁ ଅଲଗା- ଅଲଗା ମେସିନ୍ ରହିଛି । ଭାତ ପ୍ରସ୍ତୁତ ପାଇଁ ମଧ୍ୟ ମେସିନ୍ ରହିଛି ।

Rice
Rice Photograph: (google)

ଶିବିରର ସଦସ୍ୟ କୁହନ୍ତି , ହାଇଟେକ୍ ରୋଷେଇରେ ୫୦୦ ଲୋକ ରୋଷେଇ କରୁଥିବା ବେଳେ ୨ ରୁ ୩ ହଜାର ଲୋକ ପରଷିବା କାମରେ ଅଛନ୍ତି । ଏତଦ୍ ବ୍ୟତୀତ ଶିବିରରେ ଅନ୍ୟ ସୁବିଧା ମଧ୍ୟ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ୨ ହଜାର ଶୌଚାଳୟର ବ୍ୟବସ୍ଥା କରାଯାଇଛି । ପାଣି ଏବଂ ଟେଣ୍ଟର ସୁବିଧା ମଧ୍ୟ କରାଯାଇଛି । ମହାକୁମ୍ଭର ଆରମ୍ଭ ଜାନୁଆରୀ ୧୩ ତାରିଖରେ ହୋଇଥିବା ବେଳେ ଏହା ଫେବୃୟାରୀ ୨୬ ତାରିଖରେ ଶେଷ ହେବ । ମହାକୁମ୍ଭରେ ପାଖାପାଖି ୪୫ କୋଟି ଶ୍ରଦ୍ଧାଳୁ ଆସିବାର ଅନୁମାନ କରାଯାଉଛି । 

dinning
dinning Photograph: (google)