କନକ ବ୍ୟୁରୋ : ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ । ଏହି ମହାକୁମ୍ଭ ମେଳା ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଦେଢ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାକୁମ୍ଭରେ ଯୋଗ ଦେଉଛନ୍ତି ଅନେକ ଶ୍ରଦ୍ଧାଳୁ । ପାଖାପାଖି ୪୦ କୋଟି ଶ୍ରଦ୍ଧାଳୁ ଏଠାକୁ ଆସିବାର ସମ୍ଭାବନା ରହିଛି । ସଙ୍ଗମରେ ସ୍ନାନ କରିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ସାଧୁ ସନ୍ଥ । ତେବେ ମହାକୁମ୍ଭକୁ ଆସୁଥିବା ସାଧୁ ସନ୍ଥଙ୍କ ମଧ୍ୟରୁ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି ନାଗା ସାଧୁ । ନାଗାସାଧୁଙ୍କ ବେଶଭୁଷା ଏବଂ ଖାଇବା ପିଇବା ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଜାଣିରଖନ୍ତୁ ପୁରୁଷ ନାଗା ସାଧୁଙ୍କ ପରି ମହିଳା ନାଗା ସାଧୁ ମଧ୍ୟ ଅଛନ୍ତି । ମହିଳା ନାଗା ସାଧୁ ମଧ୍ୟ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଇଶ୍ବରଙ୍କୁ ସମର୍ପି କରିଦେଇଥାନ୍ତି ।
/kanak/media/media_files/2025/01/10/ZPFCuG7GP1mMw9mKHefh.jpg)
ସବୁଠାରୁ ସ୍ବତନ୍ତ୍ର ଏବଂ ଭିନ୍ନ ହୋଇଥାଏ ମହିଳା ନାଗା ସାଧୁଙ୍କ ଜୀବନ । ଗୃହସ୍ତି ଠାରୁ ଦୂରେଇ ରହିଥିବା ମହିଳା ନାଗା ସାଧୁ ଙ୍କ ଦିନର ଆରମ୍ଭ ଏବଂ ଶେଷ ପୁଜା ପାଠରେ ହିଁ ବିତି ଥାଏ । ଏମାନଙ୍କ ଜୀବନ ଖୁବ୍ କଷ୍ଟଦାୟକ । ଦୁନିଆ ସହିତ କୌଣସି ସମ୍ପର୍କ ନଥାଏ ଆଉ ଏମାନେ ଖୁବ୍ ସ୍ବତନ୍ତ୍ର । ମହିଳା ନାଗା ସାଧୁ ହେବା ପରେ ସମସ୍ତ ସାଧୁ ସନ୍ଥ ଏମାନଙ୍କୁ ମାତା କହି ସମ୍ବୋଧନ କରିଥାନ୍ତି । ମାଈ ୱାଡାରେ ମହିଳା ନାଗା ସାଧୁ ଥାଆନ୍ତି । ତେବେ ସାଧୁ ସନ୍ଥରେ ନାଗା ଏକ ପଦବୀ । ସାଧୁମାନଙ୍କ ମଧ୍ୟରେ ବୈଷ୍ଣବ, ଶୈବ ଏବଂ ଉଦାସୀନ ସମ୍ପ୍ରଦାୟ ଥାଆନ୍ତି ।
/kanak/media/media_files/2025/01/10/CgL08p8ZN1pK42mOVZFg.jpg)
ପୁରୁଷ ନାଗା ସାଧୁ ନଗ୍ନ ରୁହନ୍ତି। କିନ୍ତୁ ମହିଳା ନାଗା ସାଧୁଙ୍କୁ ଏପରି ଅନୁମତି ନାହିଁ । ମହିଳାଙ୍କୁ ମଧ୍ୟ ଦିକ୍ଷା ଦିଆ ଯାଇଥାଏ ଆଉ ନାଗା କରାଯାଇଥାଏ। କିନ୍ତୁ ମହିଳା ନାଗା ସାଧୁ ବସ୍ତ୍ରଧାରି । କେବଳ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିପାରିବେ ମହିଳା ନାଗା ସାଧୁ। ଏହି ବସ୍ତ୍ର ସିଲେଇ ହୋଇନଥିବ । ମହିଳା ନାଗା ସାଧୁ ପିନ୍ଧୁଥିବା ବସ୍ତ୍ରକୁ ଗନ୍ତି କୁହାଯାଇଥାଏ । ମହିଳା ନାଗା ସାଧୁ ନିଜ ମସ୍ତକରେ ତିଳକ ଲଗାଇବା ଜରୁରୀ ।
/kanak/media/media_files/2025/01/10/QGXvuXUoza3O01jtcOY8.jpg)
ମହିଳା ନାଗା ସାଧୁଙ୍କ ଜୀବନ ଖୁବ୍ କଷ୍ଟ ଦାୟକ। ନାଗା ସାଧୁ ହେବା ପାଇଁ ବହୁତ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡିଥାଏ। ଏଥିପାଇଁ ୧୦ ରୁ ୧୫ ବର୍ଷ କଠିନ ବ୍ରହ୍ମଚର୍ଯ୍ୟା ନିୟମ ପାଳନ କରିବା ଆବଶ୍ୟକ ହୋଇଥାଏ । ନାଗା ସାଧୁ ହେବା ପାଇଁ ନିଜ ଗୁରୁଙ୍କୁ ବିଶ୍ବାସ କରାଇବା ମଧ୍ୟ ଜରୁରୀ ଯେ ତୁମେ ଏଥିପାଇଁ ଯୋଗ୍ୟ ଅଟ । ଏବଂ ଏବେ ଇଶ୍ବରଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇସାରିଛ । ଏହା ପରେ ଗୁରୁ ମହିଳାଙ୍କୁ ନାଗା ସାଧୁ ହେବା ପାଇଁ ସ୍ବିକୃତି ଦେଇଥାନ୍ତି ।
/kanak/media/media_files/2025/01/10/9CeDi9X0Pbw09zxQWmaC.jpg)
ନାଗା ସାଧୁ ହେବା ପୂର୍ବରୁ ମହିଳାଙ୍କ ଅତିତ ଜୀବନ ବିଷୟରେ ଜାଣୁବାକୁ ପଡିଥାଏ । ସାଧୁ ହେବା ପୁର୍ବରୁ ବା ଦିକ୍ଷା ନେବା ପୂର୍ବରୁ ମହିଳାଙ୍କୁ ଲଣ୍ଡା ହେବାକୁ ପଡିଥାଏ ଏବଂ ଜୀବିତ ଥାଇ ନିଜର ପିଣ୍ଡଦାନ କରିବାକୁ ମଡିଥାଏ । ଏହାପରେ ମହିଳାଙ୍କୁ ନଦୀରେ ସ୍ନାନ କରିବାକୁ ପଡିଥାଏ । ଜପ ତପରେ କଟିଥାଏ ଦିନ ରାତି । ଆଖାଡାରେ ମହିଳା ନାଗା ସାଧୁଙ୍କୁ ପୁରା ସମ୍ମାନ କରାଯାଇଥାଏ । ତେବେ ଚାଲିଥିବା କୁମ୍ଭ ମେଳାରେ ସାଧୁମାନଙ୍କ ସହ ମହିଳା ନାଗା ସାଧୁ ମଧ୍ୟ ଆସି ସ୍ନାନ କରୁଛନ୍ତି । ହେଲେ ପୁରୁଷ ନାଗା ସାଧୁ ସ୍ନାନ ସାରିବା ପରେ ମହିଳା ନାଗା ସାଧୁ ସ୍ନାନ କରିଥାନ୍ତି ।