କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା ପାଇଁ ବଡ଼ ପ୍ରସ୍ତୁତି । ଭାରତର ସର୍ବବୃହତ ଧାର୍ମିକ ମହୋତ୍ସବ ଆସନ୍ତା ବର୍ଷ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶେଷ ପ୍ରସ୍ତୁତି ଜାରି ରହିଛି । ଦେଶ ତଥା ବିଦେଶରୁ ଅତିଥୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ୟୁପି ସରକାର ଚଳିତ ଥର ନୂଆ ନୂଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
୧୨ ବର୍ଷରେ ଥରେ ହେଉଥିବା ଏହି ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତିର ଦୃଶ୍ୟ ସାମ୍ନାକୁ ଆସିଛି । ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁଙ୍କ ରହିବା ପାଇଁ ବ୍ୟବସ୍ଥା, ଧାର୍ମିକ ଆଲୋଚନା ପାଇଁ ମଞ୍ଚ ଓ ବ୍ୟବସାୟିକ ଅନୁଷ୍ଠାନ ପାଇଁ ନୂତନ ବ୍ୟବସ୍ଥା କରାଯାଇଛି । ଏଥର ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ମହାକୁମ୍ଭ ମେଳା । ଯେଉଁଥିରେ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବା ଆଶା କରାଯାଉଛି ।
ମହାକୁମ୍ଭ ୨୦୨୫, ଏଥର ନୂଆ କ’ଣ ?
- ବିଶ୍ୱ ଦେଖିବ କୁମ୍ଭମେଳାର ଭବ୍ୟ ଆୟୋଜନ
- ପ୍ରୟାଗରାଜରେ ମହାକୁମ୍ଭ ମେଳା ପାଇଁ ବଡ଼ ପ୍ରସ୍ତୁତି
- ଜାନୁୟାରୀ ୧୩ରୁ ଫେବ୍ରୁୟାରୀ ୨୬ ଯାଏଁ ଚାଲିବ ମେଳା
- ପୌଷ ପୁର୍ଣ୍ଣିମାରୁ ଆରମ୍ଭ ହେବା ପୂଜା ଓ ମେଳା ଆରମ୍ଭ
- ମକର ସଂକ୍ରାନ୍ତିରେ ପବିତ୍ର ତିଥିରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ
- ନାଗା ସାଧୁଙ୍କ ଆଗମନ ପାଇଁ ଯୋଗଧାମ ନିର୍ମାଣ ହୋଇଛି
- ମେଳା ବେଳେ ଚାଲିବ ୩ ହଜାର ସ୍ୱତନ୍ତ୍ର ଟ୍ରେନ
- ଶହେ ବର୍ଷର ପୁରୁଣା ପୋଲ ବଦଳରେ ନୂଆ ପୋଲ କରାଯାଇଛି
- ୪୮ଟି ନୂଆ ପ୍ଲାଟଫର୍ମ କରାଯାଇଛି
- ଫୁଟ ଓଭର ବ୍ରିଜରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି
- ଅଯୋଧ୍ୟା ପରି ପ୍ରୟାଗରାଜରେ ମଧ୍ୟ କଲର କୋଡିଂ ବ୍ୟବସ୍ଥା ହୋଇଛି
- ଗଙ୍ଗା ନଦୀ ଉପରେ ପ୍ରାୟ ୨ କିଲୋମିଟର ଲମ୍ବାର ବ୍ରିଜ ହୋଇଛି
- ମେଳକୁ ଜଗିବ ୧୩ ଶହରୁ ଅଧିକ ସିସିଟିଭି କ୍ୟାମେରା