କନକ ବ୍ୟୁରୋ: ଆଡମ୍ବରପୂର୍ଣ୍ଣ ଦଶହରା । ଢେଙ୍କାନାଳ ରାଜ ପରିବାର ପକ୍ଷରୁ ଆୟୋଜିତ ପାଇକ ଆଖଡ଼ା ସମ୍ମିଳନୀରେ କଳା ପ୍ରଦର୍ଶନ କରିଛନ୍ତି ପାଇକ ପୁଅ। ରାଜ ଉଆସ ନିକଟ ମାଆ ଦୁର୍ଗାଙ୍କ ମନ୍ଦିରରେ ରାଜା କାମାକ୍ଷାପ୍ରାସାଦ ସିଂଦେଓ, ରାଜମାତା, ଯୁବରାଜ ସୈନ୍ୟ ବାହିନୀ ପାଇକ ସମାଜ ସାଜ ପୂଜାରେ ଯୋଗ ଦେଇ ମାଆଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ଏହି ଅବସରରେ କୁଞ୍ଜକାନ୍ତ ସୁରପ୍ରତପ ପୀଠ ପଡ଼ିଆରେ ଅନୁଗୁଳର ଦୁଇଟି ଓ ଢେଙ୍କାନାଳର ୬ଟି ପାଇକ ଆଖଡ଼ା ଦଳ ରଣକୌଶଳ ପ୍ରଦର୍ଶନ କରିଛନ୍ତି।
ଗଦା, ଖଣ୍ଡା, ଫାର୍ସା ଯୁଦ୍ଧ ଓ ଢାଲରେ ଖେଳ ପ୍ରଦର୍ଶନ କରିଛନ୍ତି ଭିନ୍ନ ଭିନ୍ନ ଦଳ। ପୂର୍ବରୁ ଯେତେବେଳେ ଗୋଳା ବାରୁଦ ନଥିଲା, ସେତେବେଳେ ପାଇକମାନେ ନିଜର ଖଣ୍ଡା ଢାଲ ସାହାଯ୍ୟରେ ବିରତ୍ବର ପରାକାଷ୍ଠା ପ୍ରଦର୍ଶନ କରୁଥିଲେ । ସେହି ପାଇକ ଖେଳର ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଦଶହରାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ୧୮ ପୁରୁଷ ଧରି ଏହି ପରମ୍ପରା ହୋଇଆସୁଥିବା କଥା ପରିଚରକ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/02/15-2025-10-02-18-18-22.jpg)