ପୁଲିସ ପାଖରୁ ଗାଡ଼ି ଛଡ଼ାଇନେଲେ ମାଫିଆ, ବେଆଇନ ବାଲି ଉତ୍ତୋଳନ ବେଳେ ଟ୍ରାକ୍ଟର ଜବତ କରିଥିଲେ ଖଣି ଅଧିକାରୀ ଓ ପୁଲିସ

କନେଷ୍ଟବଳଙ୍କୁ ମାରଣାସ୍ତ୍ର ଦେଖାଇ ଟ୍ରାକ୍ଟର ନେଇଗଲେ ମାଫିଆ । ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ।

ଟ୍ରାକ୍ଟର ଛଡ଼ାଇନେଲେ ବାଲି ମାଫିଆ

ଟ୍ରାକ୍ଟର ଛଡ଼ାଇନେଲେ ବାଲି ମାଫିଆ Photograph: (KanakNews)

କନକ ବ୍ୟୁରୋ: ପୁଲିସ ପାଖରୁ ଜବତ ଟ୍ରାକ୍ଟର ଛଡାଇନେଲେ ବାଲି ମାଫିଆ । ବାଲେଶ୍ବର ନୀଳଗିରି ଥାନା ପ୍ରତାପପୁର ଛକରେ ଏହି ଘଟଣା ଘଟିଛି । ସୋନ ନଦୀରେ ବେଆଇନ ଭାବେ ବାଲି ଉତ୍ତୋଳନ ଚାଲିଥିବା ବେଳେ ନୀଳଗିରି ଖଣି ଅଧିକାରୀ ଓ ପୁଲିସ ମିଳିତ ଭାବରେ ଚଢାଉ କରିଥିଲେ ।

 ଚଢାଉ ସମୟରେ ଗୋଟିଏ ଟ୍ରାକ୍ଟର ଜବତ କରି ନିକଟସ୍ଥ ଅଯୋଧ୍ୟା ଫାଣ୍ଡିକୁ ନେଇ ଯାଉଥିଲେ । ଏହି ସମୟରେ ପ୍ରତାପପୁର ଛକ ନିକଟରେ ବାଇକରେ ୧୦ରୁ ୧୫ ଜଣ ଯୁବକ ଆସି କନେଷ୍ଟବଳଙ୍କୁ ମାରଣାସ୍ତ୍ର ଦେଖାଇ ଟ୍ରାକ୍ଟରଟିକୁ ନେଇଯାଇଥିଲେ । ପରେ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe