କନକ ବ୍ୟୁରୋ: ପୁଲିସ ପାଖରୁ ଜବତ ଟ୍ରାକ୍ଟର ଛଡାଇନେଲେ ବାଲି ମାଫିଆ । ବାଲେଶ୍ବର ନୀଳଗିରି ଥାନା ପ୍ରତାପପୁର ଛକରେ ଏହି ଘଟଣା ଘଟିଛି । ସୋନ ନଦୀରେ ବେଆଇନ ଭାବେ ବାଲି ଉତ୍ତୋଳନ ଚାଲିଥିବା ବେଳେ ନୀଳଗିରି ଖଣି ଅଧିକାରୀ ଓ ପୁଲିସ ମିଳିତ ଭାବରେ ଚଢାଉ କରିଥିଲେ ।
ଚଢାଉ ସମୟରେ ଗୋଟିଏ ଟ୍ରାକ୍ଟର ଜବତ କରି ନିକଟସ୍ଥ ଅଯୋଧ୍ୟା ଫାଣ୍ଡିକୁ ନେଇ ଯାଉଥିଲେ । ଏହି ସମୟରେ ପ୍ରତାପପୁର ଛକ ନିକଟରେ ବାଇକରେ ୧୦ରୁ ୧୫ ଜଣ ଯୁବକ ଆସି କନେଷ୍ଟବଳଙ୍କୁ ମାରଣାସ୍ତ୍ର ଦେଖାଇ ଟ୍ରାକ୍ଟରଟିକୁ ନେଇଯାଇଥିଲେ । ପରେ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/11/police-2025-09-11-16-50-05.jpg)