ଗଞ୍ଜେଇ ଚୋରା ଚାଲାଣ ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି ମାଫିଆ, କଦଳୀ ବୋଝେଇ ଗାଡ଼ିରେ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ

କନ୍ଧମାଳରୁ ଆସୁଥିଲା ଭୁବନେଶ୍ବର । ୧ କୁଇଣ୍ଟାଲ ଗଞ୍ଜେଇ ଜବତ ।

କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ

କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ Photograph: (KanakNews)

କନକ ବ୍ୟୁରୋ; କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ । ଭଞ୍ଜନଗରରେ ଗଞ୍ଜେଇ ମାଫିଆ ମାନେ ଦିନକୁଦିନ ନୂଆନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି । ତେବେ ଅବକାରୀ ବିଭାଗ ପକ୍ଷରୁ ଏକ କଦଳୀ ବୋଝେଇ ପିକ୍‌ ଅପ୍‌ ଭ୍ୟାନ୍‌ରୁ ଗଞ୍ଜେଇ ଜବତ କରିବା ସହ ଚାଳକକୁ ଗିରଫ କରିଛି । ବ୍ୟବସାୟିକ ଉଦ୍ଦେଶ୍ୟରେ କନ୍ଧମାଳରୁ ପିକ୍‌ ଅପ୍‌ ଭ୍ୟାନଟି ବାହାରି ଭୁବନେଶ୍ବର ଯାଉଥିଲା । ତେବେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜଣେ ଯୁବକ ସହ ପିକ୍‌ଅପ୍‌ ଭ୍ୟାନକୁ ଭଞ୍ଜନଗର ଅବକାରୀ ବିଭାଗ ଜବତ କରିଛି ।

ଗିରଫ ଯୁବକ ଜଣକ ହେଲେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅଧୀନରେ ଥିବା କଙ୍କଡାଯୋଡି ଗାଁର ସୁବ୍ରତ ପ୍ରଧାନ । ଅବକାରୀ ବିଭାଗର ଟିମ୍‌ ପେଟ୍ରୋଲିଂ କରୁଥିବା ବେଳେ ଏକ ଭ୍ୟାନରେ ଗଞ୍ଜେଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା । ଭଞ୍ଜନଗର ବ୍ଲକ ଗୋଲାପଡା ଛକରେ ଗାଡିଟିକୁ ଅବକାରୀ ବିଭାଗ ଅଟକାଇ ତଲାସୀ କରିବା ପରେ ଗାଡ଼ିରେ ପ୍ରାୟ ୩୦ଟି କଦଳୀ କାନ୍ଦି ତଳେ ୪ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଆନୁମାନିକ ଏକ କ୍ବିଂଟାଲ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe