ବନ୍ୟା ବିପନ୍ନଙ୍କୁ ଆଶ୍ରୟ ଦେଇଥିବା ବନ୍ଧ ଖୋଜୁଛି ନିଜ ସୁରକ୍ଷା । ରାସ୍ତା ତିଆରି ଆଳରେ ମାଟି ତାଡ଼ି ନେଉଛନ୍ତି ଠିକାଦାର

Advertisment

ବନ୍ୟା ବିପନ୍ନଙ୍କୁ ଆଶ୍ରୟ ଦେଇଥିବା ବନ୍ଧ ଖୋଜୁଛି ନିଜ ସୁରକ୍ଷା । ରାସ୍ତା ତିଆରି ଆଳରେ ବନ୍ଧରୁ ମାଟି ତାଡ଼ି ନେଉଛନ୍ତି ଠିକାଦାର । ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ନିମାପଡ଼ା ବାସିନ୍ଦା ।

ବନ୍ୟା ବିପନ୍ନଙ୍କୁ ଆଶ୍ରୟ ଦେଇଥିବା ବନ୍ଧ ଖୋଜୁଛି ନିଜ ସୁରକ୍ଷା । ରାସ୍ତା ତିଆରି ଆଳରେ ବନ୍ଧରୁ ମାଟି ତାଡ଼ି ନେଉଛନ୍ତି ଠିକାଦାର । ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ନିମାପଡ଼ା ବାସିନ୍ଦା ।

LOOT 3

କନକ ବ୍ୟୁରୋ: ବର୍ଷବର୍ଷ ଧରି ବନ୍ୟା ସମୟରେ ଲୋକଙ୍କ ସୁରକ୍ଷା କବଚ ସାଜିଥିବା ସଫେଇ ବନ୍ଧ ଏବେ ନିଜେ ସୁରକ୍ଷା ଖୋଜୁଛି । ରାସ୍ତା ତିଆରି ଆଳରେ ଠିକାଦାର ସଫେଇ ବନ୍ଧରୁ ମାଟି ତାଡ଼ି ନେଉଛନ୍ତି । ପୁରୀ ନିମାପଡ଼ା ବ୍ଲକ ପାଇକ ସାହିରୁ ଏପରି ଅଭିଯୋଗ ଆସିଛି । ଘଟଣାର ତଦନ୍ତ କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।    

ବନ୍ୟା ବେଳେ ନିମାପଡ଼ା ବ୍ଲକ ପାଇକ ସାହିର ସାହାରା ପାଲଟେ ସଫେଇ ବନ୍ଧ। ଧନୁଆ ନଦୀରେ ବନ୍ୟା ଆସିଲେ ପିଲାଛୁଆଙ୍କୁ ଧରି ବନ୍ଧରେ ଆଶ୍ରୟ ନିଅନ୍ତି ସାହିବାସିନ୍ଦା । ଗୃହପାଳିତ ପଶୁ ମଧ୍ୟ ଏଠାରେ ହିଁ ରୁହନ୍ତି। ତଳିଆ ଅଞ୍ଚଳ ହୋଇଥିବାରୁ ଅଞ୍ଚଳବାସୀ ପ୍ରାୟ ସବୁ ବର୍ଷ ବନ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏବନ୍ଧ ବନ୍ୟା ସମୟରେ ବଡ଼ ଭୂମିକା ଗ୍ରହଣ କରେ । ଏବେ କିନ୍ତୁ ଏ ବନ୍ଧ ନିଜ ସୁରକ୍ଷା ଖୋଜୁଛି । ରାସ୍ତା କାମ ଆଳରେ ସଫେଇ ବନ୍ଧରୁ ମାଟି ତାଡ଼ି ନିଆଯାଉଛି । ଯାହାକୁ ଦେଖି ଗ୍ରାମବାସୀ ଚିନ୍ତାରେ ପଡ଼ିଯାଇଛନ୍ତି  ।

ପାଇକ ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି । ରାସ୍ତାକାମ କରୁଥିବା ଠିକାଦାର କିଛି ଲୋକଙ୍କୁ ହାତ କରି ବନ୍ଧରୁ ମନଇଚ୍ଛା ମାଟି ତାଡ଼ି ନେଉଛନ୍ତି । ପଚାରିଲେ କହୁଛନ୍ତି ରାସ୍ତା କାମରେ ବ୍ୟବହାର ପାଇଁ ମାଟି ନିଆଯାଉଛି । କିନ୍ତୁ ବନ୍ଧ ମାଟି ରାସ୍ତା ତିଆରି ପାଇଁ ଅନୁପଯୋଗୀ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।   ଏପଟେ ବାମନାଳ ଆରଆଇ କହିଛନ୍ତି ଯେ ଏନେଇ ତାଙ୍କ ପାଖରେ କେହି ଲିଖିତ ଅଭିଯୋଗ କରିନାହାଁନ୍ତି। ବାଲି, ମାଟି ମୋରମ ଭଳି ଖଣିଜ ସମ୍ପଦ ଉପରେ ତହସିଲ କୌଣସି କାର୍ୟ୍ୟାନୁଷ୍ଠାନ କରିପାରିବ ନାହିଁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe